• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜଳେଶ୍ୱର ପଶ୍ଚିମବାଡ଼ ଅଞ୍ଚଳରେ ଅଭାବନୀୟ ଘଟଣା । କାନ୍ଥ ପଡି ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଓ ମାଆ ଗୁରୁତର ଆହତ ହୋଇଛନ୍ତି । ଶେଖ ସମିରୁଦ୍ଦିନ ଓ ତାଙ୍କ ସ୍ତ୍ରୀ ଅସିମା ବିବି ଏବଂ ତାଙ୍କ ପୁଅ ଶେଖ ଆରିଫ ଘର ପାଖ ରାସ୍ତା କଡରେ ବସିଥିଲେ । ଏହି ସମୟରେ ପଡୋଶୀ ଘରର ମାଟି କାନ୍ଥ ହଠାତ ସେମାନଙ୍କ ଉପରେ ଓଲଟି ପଡିଥିଲା ।

ତିନି ଜଣ ଯାକ ମାଟି ଭିତରେ ଚାପି ହୋଇ ରହି ଯାଇ ଥିଲେ । ଚିତ୍କାର ଶୁଣି ସମସ୍ତଙ୍କୁ ମାଟି ଭିତରୁ ଉଦ୍ଧାର କରିଥିଲେ ଲୋକେ । ଘଟଣାସ୍ଥଳରେ ପୁଅ ଶେଖ ଆରିଫଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଏବଂ ମା ଗୁରୁତର ହୋଇ ଥିଲେ । ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଜଳେଶ୍ୱର ହସପିଟାଲରେ ଭର୍ତ୍ତି କରାଇଥିଲେ ।

ଅବସ୍ଥା ସଙ୍କଟାପନ୍ନ ହେବାରୁ ଭଭୟଙ୍କୁ ବାଲେଶ୍ୱର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜଳେଶ୍ୱର ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ଘଟଣା ଅନୁସାରେ ରାସ୍ତା ପାଖରେ ବସିଥିଲେ । ହଠାତ ହିଁ କାନ୍ଥଟି ଓଲଟି ପଡ଼ିଥିଲା । ଉଭୟ ସ୍ୱାମୀ-ସ୍ତ୍ରୀ ରାସ୍ତା କଡ଼ରେ ପୁଅ ସହ ବସିଥିଲେ ।

ଠିକ ଏତିକି ବେଳେ ପଡ଼ୋଶୀ ଘରର କାନ୍ଥଟି ଓଲଟି ପଡ଼ିଥିଲା । ଫଳରେ ମାଟି ତଳେ ସମସ୍ତେ ଚାପି ହୋଇଯାଇଥିଲେ । ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ଉଦ୍ଧାର କରିଥିଲେ ।