Series Accident
ପଛକୁ ପଛ ପିଟିହେଲା ୩ ଟ୍ରକ୍ । ଗତକାଲି ରାତିରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ପଳାଶୁଣି ଛକରେ । ଦୁର୍ଘଟଣାରେ ଜଣେ ଗୁରୁତର ଆହତଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।
ସୂଚନା ଅନୁଯାୟୀ, କଟକ ଆଡକୁ ଯାଉଥିବା ଏକ ଟ୍ରକ୍ ପ୍ରଥମେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । ଏହା ପଛରେ ଆସୁଥିବା ଅନ୍ୟ ଦୁଇଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ କିଛି ସମୟ ପାଇଁ ପଳାଶୁଣି ଛକରେ ଗାଡିମୋଟର ଯାତାୟତରେ ବାଧା ଉପୁଜିଥିଲା । ପରେ ପୋଲିସ ଖବରପାଇ ଦୁର୍ଘଟଣାସ୍ଥଳରୁ ଗାଡି ଗୋଡିକ ହଟାଇବା ସହ ଏନେଇ ତଦନ୍ତ ଜାରି ରଖିଛି ।
ଅଧିକ ପଢ଼ନ୍ତୁ: ବଡ଼ ଅଘଟଣ; ପୋଲରେ ପିଟିହେଲା, ଜଳିଗଲା
ଅନ୍ୟପଟେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ମୃତ ଓ ତିନି ଗୁରୁତର । ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଦୋବଲ ମୁଖ୍ୟ ରାସ୍ତାର ଜରାନିବାସ ନିକଟରେ ।
ଗତକାଲି ଧାମନଗର ବିଜ୍ଞାପିତ ଅଞ୍ଚଳରେ ବିଜୟା ଦଶମୀ ଅବସରରେ ନଗର ପରିକ୍ରମା ଦେଖି ଫେରୁଥିବା ବେଳେ ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ମୁହାଁଣପଡା ଗ୍ରାମର ଶୁଭପ୍ରକାଶ ସେଠୀଙ୍କ ମୃତ୍ୟୁ ହୋଇଛି । ୩ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744165130.jpg)