/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751957009.jpg)
Train-van accident
ପାସେଞ୍ଜର ଟ୍ରେନ୍କୁ ଧକ୍କା ଦେଲା ସ୍କୁଲ ଭ୍ୟାନ । ଭ୍ୟାନରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଛାତ୍ର ଗୁରୁତର ଥିବା ଜଣାପଡ଼ିଛି । ପାଖାପାଖି ୧୦ ଜଣ ଗୁରୁତର ଅଛନ୍ତି । ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ତାମିଲନାଡୁର ସେମାନକୁପ୍ପମରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଭିଲ୍ଲୁପୁରମ୍ ଓ ମାୟିଲାଦୁଥୁରାଇରେ ଏକ ପାସେଞ୍ଜର ଟ୍ରେନ୍ ସହ ସ୍କୁଲ୍ ଭ୍ୟାନ ଧକ୍କା ହୋଇଛି।
ଆଜି ସକାଳ ପ୍ରାୟ ୭ଟା ୪୫ ସମୟରେ ଘଟିଛି ଦୁର୍ଘଟଣା । ରେଳଲାଇନ କ୍ରସ୍ କରିବାବେଳେ ମାଡ଼ି ଆସିଥିଲା ଟ୍ରେନ୍ । ଫଳରେ ପାଖାପାଖି ୫୦ ମିଟର୍ ପର୍ଯ୍ୟନ୍ତ ଭ୍ୟାନ୍ଟି ଘୋଷାଡ଼ି ହୋଇଯାଇଥିଲା । ଭ୍ୟାନରେ ଥିଲେ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ଅଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରେନ ସହ ଧକ୍କା ହୋଇଥିବାରୁ ଭ୍ୟାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ସେପଟେ ସ୍ଥାନୀୟ ଲୋକଙ୍କ କହିବା କଥା, ଭ୍ୟାନ୍ ଡ୍ରାଇଭରଙ୍କ ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଛି । ରେଲୱେ ପୋଲିସ (RPF) ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ମାମଲାର ଛାନଭିନ କରୁଛନ୍ତି । ସେପଟେ ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କ ଚିକିତ୍ସା ପାଇଁ ଅଢେଇ ଲକ୍ଷର ସହାୟତା ରାଶି ଘୋଷଣା କରିଛନ୍ତି ତାମିଲନାଡୁ ସରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)