Train Accident: ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍ ଲାଇନଚ୍ୟୁତ

ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ । ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ।

Train Accident

ପୁଣ ଟ୍ରେନ୍‌ ଦୁର୍ଘଟଣା । ଆମ ଦେଶରେ ଏବେ ବାରମ୍ବାର ଘଟୁଛି ଟ୍ରେନ୍‌ ଦୁର୍ଘଟଣା । କିଛି ଦିନ ପୂର୍ବରୁ ତାମିଲନାଡ଼ୁରେ ଭୟଙ୍କ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ସେ କଥା ମନରୁ ନଲିଭୁଣୁ ପୁଣି ପଶ୍ଚିମବଙ୍ଗରେ ଟ୍ରେନ୍ ଦୁର୍ଘଟଣା ସାମ୍ନାକୁ ଆସିଛି। ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି ଟ୍ରେନର ୩ଟି ବଗି । ଏଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଟ୍ରେନର ଦୁଇଟି ଯାତ୍ରୀବାହୀ କୋଚ୍ ଏବଂ ଗୋଟିଏ ପାର୍ସଲ କୋଚ୍ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି।

ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି ଟ୍ରେନର ୨ଟି ପାସେଞ୍ଜର ବଗି ସହ ପାର୍ସଲ ଭ୍ୟାନ୍ । ଏଥିରେ କେହି ଗୁରୁତର ଆହତ ହୋଇନଥିବା ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ମୃତାହତ ନେଇ କୌଣସି ସୂଚନା ନାହିଁ । ରେଲୱେ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମିଡିଲ ଲାଇନରୁ ଡାଉନ ଲାଇନକୁ ଯିବା ବେଳେ ଟ୍ରେନ୍ ଲାଇନଚ୍ୟୁଚ ହୋଇଛି । ସକାଳ ୫ଟା ୩୧ ମିନିଟରେ ଏହି ଦୁର୍ଘଟଣା ଘଟିଛି । ରେଲୱେ ପକ୍ଷରୁ ହେଲପ୍ ଲାଇନ୍ ନମ୍ବର 63764 ଏବଂ 032229-3764 ଜାରି ହୋଇଛି ।

ଗତ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ତାମିଲନାଡ଼ୁରେ ଘଟିଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ତାମିଲନାଡ଼ୁର ତିରୁବଲ୍ଲୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ । ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ଏହି ଟ୍ରେନ୍ । ଫଳରେ ୧୨ଟି ବଗି ଲାଇନଚ୍ୟୁତ ହେବା ସହ ୨ଟିରେ ନିଆଁ ଲାଗିଯାଇଥିଲା। ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଥିଲେ । କିନ୍ତୁ ସୌଭାଗ୍ୟବଶତଃ କାହାର ପ୍ରାଣହାନି ଘଟିନଥିଲା । ଏନେଇ ସଦର୍ଣ୍ଣ  ରେଲୱେ ପକ୍ଷରୁ ସୂଚନା ଦିଆଯାଇଥିଲା।

ଏହାସହ ପଢ଼ନ୍ତୁ: Nandan Kanan Express Train Firing: ନନ୍ଦନକାନନ ଏକ୍ସପ୍ରେସ୍‌ ଉପରକୁ ଗୁଳିମାଡ଼, ଭାଙ୍ଗିଲା ଗାର୍ଡ ବଗିର ୱିଣ୍ଡୋ କାଚ

ଥିରୁଭଲୁର ଜିଲ୍ଲାର କବରପେଟ୍ଟାଇ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। ଉଦ୍ଧାରକାରୀ ଟିମ୍, ମେଡିକାଲ ରିଲିଫ ଟିମ୍ ଓ ୨୦ରୁ ଅଧିକ ଆମ୍ବୁଲାନ୍ସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ଆହତଙ୍କୁ ଉଦ୍ଧାର କରିବା ସହ ରେସକ୍ୟୁ ଅପରେସନ୍ ଜୋରଦାର କରିଥିଲେ। 

ତେବେ ଏହି ଦୁର୍ଘଟଣାଟି ଅବିକଳ ବାହାନଗା ଓଡ଼ିଶାରେ ହୋଇଥିବା ବାହାନଗା ଟ୍ରେନ୍‌ ଦୁର୍ଘଟଣା ଭଳି ଥିଲା । ସେଥିରେ ଯେଉଁଭଳି ଭାବେ ଗୋଟିଏ ଟ୍ରେନ୍ ଛିଡ଼ା ହୋଇଥିବା ବେଳେ ଅନ୍ୟ ଏକ ଟ୍ରେନ୍‌ ଆସି ଧକ୍କା ଦେଇଥିଲା । ତାମିଲନାଡ଼ୁ ଟ୍ରେନ୍‌ ଦୁର୍ଘଟଣା ମଧ୍ୟ ଠିକ୍‌ ସେମିତି ହୋଇଥିଲା ।

ଏହାସହ ପଢ଼ନ୍ତୁ: ଇଅର ଫୋନ୍‌ ଦେଇ ବସିଥିଲେ, ଧକ୍କା ଦେଲା ଟ୍ରେନ୍‌... ଚାଲିଗଲା ଜୀବନ