Advertisment

Jalgaon Train Accident: ଟ୍ରେନ୍‌ରେ ନିଆଁ ଗୁଜବ; ଡେଇଁ ପଡ଼ିଲେ ଯାତ୍ରୀ, ଆଉ ତା’ପରେ...

୮ରୁ ଅଧିକ ଜୀବନ ନେଲା ଟ୍ରେନରେ ନିଆଁ ଗୁଜବ । ସୂଚନା ଅନୁସାରେ, ପଚୋରା ଷ୍ଟେସନ ନିକଟରେ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଗୁଜବ ପରେ, କିଛି ଯାତ୍ରୀ ଚେନ୍ ପୁଲ୍ କରି ଟ୍ରେନରୁ ଆତଙ୍କିତ ଅବସ୍ଥାରେ ବାହାରକୁ ଡେଇଁ ପଡ଼ିଥିଲେ।

ଅଦ୍ୟତନ ହୋଇଛି
Jalgaon Train Accident

Jalgaon Train Accident

Advertisment

ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା। ୮ରୁ ଅଧିକ ଜୀବନ ନେଲା ଟ୍ରେନରେ ନିଆଁ ଗୁଜବ । ସୂଚନା ଅନୁସାରେ, ପଚୋରା ଷ୍ଟେସନ ନିକଟରେ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଗୁଜବ ପରେ, କିଛି ଯାତ୍ରୀ ଚେନ୍ ପୁଲ୍ କରି ଟ୍ରେନରୁ ଆତଙ୍କିତ ଅବସ୍ଥାରେ ବାହାରକୁ ଡେଇଁ ପଡ଼ିଥିଲେ। ଏହି ସମୟରେ ସେମାନେ ଓହ୍ଲାଇଥିବା ଟ୍ରାକରେ ବିପରୀତ ଦିଗରୁ ମାଡ଼ି ଆସିଥିଲା କର୍ଣ୍ଣାଟକ ଏକ୍ସପ୍ରେସ୍। ଲକ୍ଷ୍ନୌରୁ ମୁମ୍ବାଇ ଆସୁଥିଲା ପୁଷ୍ପକ ଏକ୍ସପ୍ରେସ ଏବଂ ବିପରୀତ ଦିଗରୁ ବେଙ୍ଗଳୁରୁରୁ ଦିଲ୍ଲୀ ଯାଉଥିଲା କର୍ଣ୍ଣାଟକ ଏକ୍ସପ୍ରେସ୍। 

Advertisment

ଏଭଳି ଭୟଙ୍କର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବା ବେଳେ, ଏଯାଏଁ ରେଲୱେ ପକ୍ଷରୁ ମୃତକଙ୍କ ସଂଖ୍ୟାକୁ ନେଇ କିଛି ସ୍ପଷ୍ଟ କରାଯାଇନାହିଁ । ଦୁର୍ଘଟଣାରେ ଆହୁରି ଅନେକ ଆହତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସୁଛି ।

ଅଧିକ ପଢ଼ନ୍ତୁ: ସ୍କୁଟିକୁ ପିଟିଲା ଟ୍ରକ୍‌, ଦୁଇ ନାବାଳିକାଙ୍କ ମୃତ୍ୟୁ

କିଛି ଯାତ୍ରୀ ପୁଷ୍ପକ ଏକ୍ସପ୍ରେସ୍‌ରୁ ଡ଼େଇଁବା ଦ୍ବାରା, ଅନ୍ୟପକ୍ଷରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍‌ରେ ବାଡ଼େଇ ହୋଇଯାଇଥିଲେ ବୋଲି କହିଛନ୍ତି ସେଣ୍ଟ୍ରାଲ୍‌ ରେଲୱେ ମୁଖ୍ୟ ମୁଖପାତ୍ର ସ୍ବପ୍ନନିଲ୍‌ ନିଆଲ୍‌। 

Advertisment

ଏପଟେ ପୁଷ୍ପକ ଟ୍ରେନ୍‌ ଦୁର୍ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଆହତ ମାନଙ୍କୁ ତୁରନ୍ତୁ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

Train Maharashtra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ