Advertisment

Pune Dumper Accident: ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କ ଉପରେ ଡମ୍ପର ଚଢ଼ାଇଦେଲା ମଦ୍ୟପ ଡ୍ରାଇଭର୍‌; ୩ ମୃତ, ୬ ଆହତ...

ରାସ୍ତାକଡ଼ ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଲୋକଙ୍କ ଉପରେ ଚଢ଼ିଗଲା ଡମ୍ପର। ଦ୍ରୁତ ଗତିରେ ଆସି ୯ ଜଣଙ୍କୁ ଚାପିଦେଲା ଡମ୍ପର।

ଅଦ୍ୟତନ ହୋଇଛି
Pune Dumper Accident

Pune Accident

Advertisment

ଭୟଙ୍କର ଦୁର୍ଘଟଣା। ରାସ୍ତାକଡ଼ ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଲୋକଙ୍କ ଉପରେ ଚଢ଼ିଗଲା ଡମ୍ପର। ଦ୍ରୁତ ଗତିରେ ଆସି ୯ ଜଣଙ୍କୁ ଚାପିଦେଲା ଡମ୍ପର। ଯେଉଁଥିରେ ଅଧିକାଂଶ ଲୋକ ଶ୍ରମିକ ଶ୍ରେଣୀର ଥିଲେ ବୋଲି କୁହାଯାଉଛି। ତେବେ ଘଟଣାସ୍ଥଳରେ ହିଁ ଚାଲିଗଲା ୩ ଜଣଙ୍କ ଜୀବନ। ଯେଉଁଥିରେ ୨ ଜଣ ଶିଶୁ ମଧ୍ୟ ରହିଛନ୍ତି। ମହାରାଷ୍ଟ୍ରର ପୁଣେରେ ଘଟିଛି ଏଭଳି କିଛି ଭୟଙ୍କର ଦୁର୍ଘଟଣା।

Advertisment

ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ୨ ଜଣ ଛୋଟ ପିଲା ଓ ଜଣେ ବ୍ୟକ୍ତି ଅଛନ୍ତି ଯିଏ ସେମାନଙ୍କ ଦାଦା ବୋଲି ଜଣାପଡିଛି। ମୃତକ ବୈଭବୀ ପାୱାର ଯାହାଙ୍କର ବୟସ ୧ ବର୍ଷ। ବୈଭବୀଙ୍କ ଭାଇ ବୈଭବ ପାୱାର ଯାହାଙ୍କର ବୟସ ୨ ବର୍ଷ ଓ ବିଶାଲ ପାୱାର ଯାହାଙ୍କର ବୟସ ୨୨ ବର୍ଷ ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଧିକ ପଢ଼ନ୍ତୁ: ଉଡ଼ାଣର କିଛି ସମୟ ପରେ କ୍ରାସ୍‌ ହୋଇଗଲା ବିମାନ, ଗୋଟିଏ ପରିବାରର ୧୦ ମୃତ

Advertisment

ଓ୍ୱାଗୋଲିର କେସନନ୍ଦ ଫାଟା ପୁଲିସ ଷ୍ଟେସନ ସମ୍ପୁଖରେ ରାତି ପ୍ରାୟ ସାଢ଼େ ୧୨ଟାରେ ଏହି ଦୁର୍ଘଟଣା ଘଟିଥିଲା। ଡମ୍ପର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଢ଼ି ଚଳାଉଥିଲା ବୋଲି କୁହାଯାଉଛି। ପୁଲିସ ଡମ୍ପର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଅନ୍ୟପଟେ ଗତକାଲି ୧୬ ନମ୍ବର ଜାତୀୟ ରାଜପଥ ପାହାଳ ଥାନା ଅନ୍ତର୍ଗତ ସିମ୍ଫୋନୀ ମଲ୍ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ପ୍ରାଣହାନୀ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିଲେ ଯୁବତୀ ଜଣକ। କିନ୍ତୁ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ଏକ ହାଇୱା। ଫଳରେ ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଦେଖାଦେଇଥିଲା ଉତ୍ତେଜନା। ପରେ ପାହାଳ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଖୋଳତାଡ଼ କରୁଛି।

Advertisment
Road Accident Accident Pune
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ