Advertisment

Train Accident: ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା; ଯାତ୍ରୀଙ୍କୁ ଧକ୍କା ଦେଲା ଏକ୍ସପ୍ରେସ୍‌ ଟ୍ରେନ୍‌...

ଏକ୍ସପ୍ରେସ୍‌ ଟ୍ରେନ୍‌ ଯାତ୍ରୀଙ୍କୁ ଧକ୍କା ଦେଲା ଆଉ ଏକ ଏକ୍ସପ୍ରେସ୍‌ । ପୁଷ୍କକ ଏକ୍ସପ୍ରେସର ୮ ଯାତ୍ରୀଙ୍କୁ ଧକ୍କା ଦେଲା କର୍ଣ୍ଣାଟକ ଏକ୍ସପ୍ରେସ୍‌ ।

ଅଦ୍ୟତନ ହୋଇଛି
Passengers of Pushpak Express were hit by Karnataka Express train

Passengers of Pushpak Express were hit by Karnataka Express train

Advertisment

ବଡ଼ ଖବର । ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା । ଏକ୍ସପ୍ରେସ୍‌ ଟ୍ରେନ୍‌ ଯାତ୍ରୀଙ୍କୁ ଧକ୍କା ଦେଲା ଆଉ ଏକ ଏକ୍ସପ୍ରେସ୍‌ । ପୁଷ୍କକ ଏକ୍ସପ୍ରେସର ୮ ଯାତ୍ରୀଙ୍କୁ ଧକ୍କା ଦେଲା କର୍ଣ୍ଣାଟକ ଏକ୍ସପ୍ରେସ୍‌ । ଟ୍ରେନ୍‌ରେ ନିଆଁ ଲାଗିବା ଗୁଜବ ପରେ ଏଭଳି ଦୁର୍ଘଟଣା ହୋଇଛି ବୋଲି ସୂଚନା । ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମିତି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଆଜି ପରଣ୍ତା ରେଳ ଷ୍ଟେସନ୍‌ ନିକଟ ପାଖାପାଖି ଅପରାହ୍ନ ୪.୧୯ରେ ଘଟିଛି ବୋଲି କୁହାଯାଉଛି। 

Advertisment

ରେଳ ବିଭାଗ ସୂଚନା ଅନୁସାରେ, ପୁଷ୍କକ ଏକ୍ସପ୍ରେସର ନିଆଁ ଲାଗିଯିବାର ଗୁଜବ ପରେ ଯାତ୍ରୀମାନେ ଟ୍ରାକ୍‌କୁ ଡ଼େଇଁ ପଡ଼ିଥିଲେ । ଯେତେବେଳ କି ଟ୍ରେନ୍‌ଟିର ମୁହଁ ଲକ୍ଷ୍ମୌରୁ ମୁମ୍ବାଇ ଆଡ଼କୁ ଥିଲା। ଏମିତି ଟ୍ରେନ୍‌ରୁ ଅଚାନକ ଡ଼େଇଁବା ଦ୍ବାରା ଭୟଙ୍କର ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି।  

Advertisment

କିଛି ଯାତ୍ରୀ ପୁଷ୍ପକ ଏକ୍ସପ୍ରେସ୍‌ରୁ ଡ଼େଇଁବା ଦ୍ବାରା, ଅନ୍ୟପକ୍ଷରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍‌ରେ ବାଡ଼େଇ ହୋଇଯାଇଥିଲେ ବୋଲି କହିଛନ୍ତି ସେଣ୍ଟ୍ରାଲ୍‌ ରେଲ୍‌ୱ ମୁଖ୍ୟ ମୁଖପାତ୍ର ସ୍ବପ୍ନନିଲ୍‌ ନିଆଲ୍‌। 

ଏପଟେ ପୁଷ୍ପକ ଟ୍ରେନ୍‌ ଦୁର୍ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଆହତ ମାନଙ୍କୁ ତୁରନ୍ତୁ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

Train Maharashtra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ