Advertisment

Plane Crash In Kazakhstan: କାଜାଖସ୍ତାନ ବିମାନ ଦୁର୍ଘଟଣା: ଆସିଲା ଫ୍ଲାଇଟ୍‌ ଭିତରର ଭିଡ଼ିଓ, ଦେଖିଲେ ହେବେ ଚକିତ...

ସାମ୍ନାକୁ ଆସିଲା କାଜାଖସ୍ତାନର ଭୟଙ୍କର ବିମାନ ଦୁର୍ଘଟଣାର ନୂଆ ଭିଡ଼ଓ। ଯାହାକୁ ଦେଖି ପୂରା ବିଶ୍ବ ବି ସ୍ତବ ହୋଇଯାଇଛି। ବିମାନ ଦୁର୍ଘଟଣା ହେବା ପୂର୍ବ ଓ ପର ସମୟର ଭିତର ଭିଡ଼ିଓ ଏବେ ସାମ୍ନକୁ ଆସିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Plane Crash In Kazakhstan

Plane Crash In Kazakhstan

ଛାତିଥରା ଭିଡ଼ିଓ...ଭୟଙ୍କର ଦୃଶ୍ୟ...ଦେଖିଲେ ହେବେ ଆଶ୍ଚର୍ଯ୍ୟ ଚକିତ...କାଜାଖସ୍ତାନର ଭୟଙ୍କର ବିମାନ ଦୁର୍ଘଟଣାର ନୂଆ ଭିଡିଓ ସାମ୍ନାକୁ ଆସିଲା । ଯାହାକୁ ଦେଖି ପୂରା ବିଶ୍ବ ବି ସ୍ତବ୍ଦ ହୋଇଯାଇଛି। ବିମାନ ଦୁର୍ଘଟଣା ହେବା ପୂର୍ବ ଓ ପର ସମୟର ଭିତର ଭିଡ଼ିଓ ଏବେ ସାମ୍ନକୁ ଆସିଛି। ତେବେ ଏହି ଭିଡ଼ିଓକୁ ବିମାନ ଯାତ୍ରା କରୁଥିବା ଜଣେ ଯାତ୍ରୀ ସୁଟ୍‌ କରିଛନ୍ତି। ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି। 

Advertisment

ତେବେ ଗତକାଲି ଭୟଙ୍କର ବିମାନ ଦୁର୍ଘଟଣାରେ ସ୍ତବ୍ଧ ହୋଇଯାଇଥିଲା ବିଶ୍ବ। କାଜାଖସ୍ତାନରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଏୟାରପୋର୍ଟ ନିକଟରେ କ୍ରାଶ୍ ହୋଇଥିଲା ଆଜରବୈଜାନର ଯାତ୍ରୀବାହୀ ବିମାନ। ଏଥିରେ ୪୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଅତି ଆଶ୍ଚର୍ଯ୍ୟଜନକ ଭାବେ ୨୫ ଜଣ ଯାତ୍ରୀ ଉଦ୍ଧାର ହୋଇଛନ୍ତି। ତେବେ ବିମାନଟି କେଉଁ କାରଣରୁ ଜରୁରୀ ଅବତରଣ ଅନୁମତି ମାଗିଥିଲା ଏବଂ କାହିଁକି ଅଚାନକ କାସ୍ପିଆନ୍ ସାଗର ଡେଇଁ ଆରପଟକୁ ଗଲା ତାକୁ ନେଇ ରହସ୍ୟ ଲାଗିରହିଛି। ପ୍ରାରମ୍ଭିକ ସୂଚନା ଅନୁସାରେ, ବିମାନଟି ପକ୍ଷୀପଲ ସହ ଧକ୍କା ହୋଇଥିବା କୁହାଯାଉଥିଲେ ବି, ବ୍ଲାକବକ୍ସ ଓ ଫ୍ଲାଇଟ୍ ରେକର୍ଡର୍ ତଥ୍ୟ ବିଶ୍ଳେଷଣ ପରେ ପ୍ରକୃତ ସତ ସାମ୍ନାକୁ ଆସିବ।

Advertisment

କୁହୁଡ଼ି ଯୋଗୁଁ ଅଧାବାଟରେ ରୁଟ୍ ବଦଳିଲା... ମଝି ଆକାଶରେ ପକ୍ଷୀ ସହ ପିଟି ହେଲା...ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ଅନୁମତି ମାଗିଲା... ଭାରସାମ୍ୟ ହରାଇ ଚକ୍କର କାଟିଲା... ଆଉ ତା ପରେ କ୍ରାଶ୍ କଲା...ଦୁର୍ଘଟଣାଗ୍ରସ୍ତ ଆଜରବୈଜାନ ବିମାନ ପାଇଁ ସତେ ଯେମିତି ସାଙ୍ଗସାଥିଙ୍କୁ ଧରି ଆସିଥିଲା ଦୁର୍ଯୋଗ। ବିମାନରେ ଥିବା ୬୭ ଜଣଙ୍କ ମଧ୍ୟରୁ ଚାଲିଗଲା ୪୨ ଜୀବନ। ଭାରତୀୟ ସମୟ ଅନୁସାରେ, ଗତକାଲି ସକାଳ ୯ଟା ୨୫ରେ ଆଜରବୈଜାନ ରାଜଧାନୀ ବାକୁରୁ ଉଡ଼ିଥିଲା ଏଂବ୍ରେୟର୍ 190 ଏୟାରକ୍ରାଫ୍ଟ। ଫ୍ଲାଇଟ୍ ନମ୍ବର J2-8243। ଗନ୍ତବ୍ୟସ୍ଥଳ ଥିଲା ରୁଷର ଚେଚନେୟା କ୍ୟାପିଟାଲ୍- ଗ୍ରୋଜନୀ। ବିମାନରେ ଥିଲେ ୬୨ ଯାତ୍ରୀ, ୫ ଜଣ କ୍ରୁ। ଗ୍ରୋଜନୀରେ ଘନ କୁହୁଡ଼ି ଯୋଗୁଁ ରୁଷର ଆଉ ଏକ ସହର ମଖାଚକାଲାକୁ ରିରୁଟ୍ ହୋଇଥିଲା ବିମାନ। ହେଲେ ଆଉ ଅଧାବାଟରେ କୌଣସି ବଡ଼ ସମସ୍ୟା ଯୋଗୁଁ, ଏହା ଆଶ୍ଚର୍ଯ୍ୟଜନକ ଭାବେ କାସ୍ପିଆନ୍ ସାଗର ଅତିକ୍ରମ କରି କାଜାଖସ୍ତାନ ଅକତାଉ ଏୟାରପୋର୍ଟକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ଅନୁମତି ମାଗିଥିଲା। ହୁଏତ ପକ୍ଷୀ ପଲ ସହ ଧକ୍କା ପରେ ଗୋଟିଏ ଇଞ୍ଜିନ୍ ଫେଲ୍, ଷ୍ଟିୟରିଂ ମାଲଫଙ୍କସନ୍ କିମ୍ବା ଜିପିଏସ୍ ଜାମିଂ ଯୋଗୁଁ ବିମାନଟି ଆକାଶରେ ନିଜ ବେଗ ଓ ଉଚ୍ଚତା ବଜାୟ ରଖିପାରିନଥିବା କୁହାଯାଉଛି। 

ଅନ୍ୟପଟେ ଅନଲାଇନ୍ ଫ୍ଲାଇଟ୍ ଟ୍ରାକ୍ କହୁଛି- ଅକତାଉ ଏୟାରପୋର୍ଟ ଉପରେ ଏକାଧିକ ଥର ଚକ୍କର କାଟିଥିଲା ବିମାନ। ଆଉ ଶେଷରେ ଯାହା ଘଟିଲା ତାହା କଏଦ ହୋଇଛି କ୍ୟାମେରାରେ। ବିମାନଟି ଭାରସାମ୍ୟ ହରାଇ ସିଧା ତଳକୁ ଖସିଥିଲା ଓ ଏୟାରପୋର୍ଟ ନିକଟରେ ଥିବା ଏକ ଖୋଲା ସ୍ଥାନରେ ନୋଜ୍ ଡାଇଭ୍ କରିଥିଲା। ଭୟଙ୍କର ବିସ୍ଫୋରଣ ପରେ ଆଖି ପିଛୁଳାକେ ଅଗ୍ନିପିଣ୍ଡୁଳା ପାଲଟିଯାଇଥିଲା ବିମାନଟି।

ଧ୍ବଂସ ହୋଇଯାଇଛି ବିମାନର ଅଗ୍ରଭାଗ। ଏହା ବହୁ ଦୂରରେ ଜଳୁଥିବା ବେଳେ, ସେଥିରୁ ଅଲଗା ହୋଇ ବର୍ତ୍ତିଯାଇଛି ଟେଲ୍ ସେକ୍ସନ୍। ବିମାନରେ ଥିବା ୬୭ ଜଣଙ୍କ ମଧ୍ୟରୁ ୫ କ୍ରୁ ସମେତ ୪୨ ଜଣଙ୍କ ମୃତ୍ୟୁ ସୂଚନା ମିଳିଥିବା ବେଳେ, ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ବିମାନର ପଛପଟକୁ ବସିଥିବା ଜଣେ ଶିଶୁ ସମେତ ୨୫ ଜଣ ଯାତ୍ରୀ। ସାଧାରଣତଃ ବିମାନ ଏଭଳି ଭୟଙ୍କର କ୍ରାଶ୍ ହେଲେ, କେହିବି ବର୍ତ୍ତିବାର ବିଶେଷ ନଜିର ନାହିଁ । ଏଭଳି ସ୍ଥିତିରେ ୨୫ ଜଣ ଯାତ୍ରୀ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଯିବା, ସେମାନଙ୍କ ପାଇଁ ନୂଆ ଜୀବନ ପାଇବା ଭଳି ହୋଇଛି, ଯାହାକି କୌଣସି ଚମତ୍କାର ଠୁ କମ୍ ନୁହେଁ। ଷ୍ଟାଟିଷ୍ଟିକ୍ସ ମଧ୍ୟ କହୁଛି ଯେ, ପ୍ଲେନ୍ କ୍ରାଶ୍ କଲେ ବିମାନର ପଛଆଡ଼କୁ ବସିଥିବା ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା ୩୨ ପ୍ରତିଶତ ରହିଛି । ଯେଉଁଠି କି, ମଝିରେ ବସିଥିବା ଯାତ୍ରୀଙ୍କ ୩୯ ପ୍ରତିଶତ ଏବଂ ଆଗରେ ବସିଥିବା ଯାତ୍ରୀଙ୍କ ୩୮ ପ୍ରତିଶତ ମୃତ୍ୟ ଆଶଙ୍କା ରହିଛି। ସେପଟେ ଆଜିର ଦୁର୍ଘଟଣା ପରେ ଉଭୟ ଆଜରବୈଜାନ ଓ ରୁଷ ସରକାର ଶୋକ ପ୍ରକାଶ କରିଥିବା ବେଳେ, ଏକ ତଦନ୍ତ କମିଶନ ଗଠନ କରିଛନ୍ତି କାଜାଖସ୍ତାନ ସରକାର ।

Video Plane Crash Kazakhstan
Advertisment
Advertisment