Advertisment

Road Accident: ରାଜଧାନୀରେ ଦୁର୍ଘଟଣା; ଦ୍ରୁତ ଗତିରେ ଆସି ଘରେ ପଶିଲା BMW କାର୍‌

ଦୁର୍ଘଟଣାପରେ ଗାଡ଼ି ଛାଡ଼ି ୨ ଜଣ ଯୁବକ ଫେରାର ହୋଇଯାଇଥିଲେ। ସେମାନେ ନିଶାସକ୍ତ ଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Road Accident

Road Accident

ଦ୍ରୁତ ଗତିରେ ଆସି ଘରେ ପଶିଲା BMW କାର୍। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ। ରାଜଧାନୀ ଭୁବନେଶ୍ୱର ସ୍ଥିତ ୪ନଂ ହସ୍ପିଟାଲ ଛକରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆଜି ଭୋର ସମୟରେ ଏକ BMW କାର୍ ରେଡକ୍ରସ୍ ଭବନ ଆଡ଼ୁ ଦ୍ରୁତ ଗତିରେ ଆସି ଫୁଟପାଥ୍ ଡିଭାଇଡରକୁ ପିଟିଥିଲା।  ପରେ ୪ନଂ ହସ୍ପିଟାଲ ଛକରେ ଥିବା ଘର ଉପରକୁ ଭାରସାମ୍ୟ ହରାଇ ମାଡ଼ି ଯାଇଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିଲେ। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର ଲୋକେ। ହେଲେ ଗାଡ଼ି ଧକ୍କାରେ ଘରର କାନ୍ଥ ଭାଙ୍ଗି ଯାଇଥିଲା।

ଦୁର୍ଘଟଣାପରେ ଗାଡ଼ି ଛାଡ଼ି ୨ ଜଣ ଯୁବକ ଫେରାର ହୋଇଯାଇଥିଲେ। ସେମାନେ ନିଶାସକ୍ତ ଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment

ଘର ମାଲିକ ରମା ସାହୁ କହିଛନ୍ତି, ଗାଡ଼ିଟି ଦ୍ରୁତ ଗତିରେ ଆସି ଘରେ ଭିତରେ ପଶିଯାଇଥିଲା। ଜୋରରେ ଶବ୍ଦ ହୋଇଥିଲା। ଶବ୍ଦ ଶୁଣି ଆମେ ଉଠି ପଡ଼ିଥିଲୁ। ବାହାରେ ଯାଇ ଦେଖିଲା ବେଳକୁ ଗାଡ଼ିଟି ଆମ ଘର ଉପରେ ମାଡ଼ିଯାଇଛି। ଗାଡ଼ିରେ ୨ ଜଣ ଥିଲେ।

ଅଧିକ ପଢ଼ନ୍ତୁ: ୯୦ ଦିନରେ ୬୯ ଦୁର୍ଘଟଣା କରିଛି ମୋ ବସ, ଚକା ତଳେ ଗଲାଣି ଏକାଧିକ ଜୀବନ।

Road Accident BBSR
Advertisment
Advertisment