/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682409174.jpg)
Petrol Pump
ଅତୀତରେ ଆପଣ ପେଟ୍ରୋଲ ପମ୍ପରେ ଅନେକ ଦୁର୍ଘଟଣାର ଦୃଶ୍ୟ ଦେଖିଥିବେ । ଗାଡ଼ିରେ ପେଟ୍ରୋଲ ପକାଇବାବେଳେ ନିଆଁ ଲଗିଯାଇଥିବାର ଦୃଶ୍ୟ ବହୁ ସମୟରେ ଭାଇରାଲ ହୋଇଛି । ମୋବାଇଲ୍ ଯୋଗୁଁ ପେଟ୍ରୋଲ୍ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ମଧ୍ୟ ନଜିର ରହିଛି । ଆଉ ଏଥିପାଇଁ ପେଟ୍ରୋଲ ପମ୍ପରେ ମୋବାଇଲକୁ ବାରଣ କରାଯାଇଥାଏ ।
ରାସ୍ତାକଡ଼ରେ ପେଟ୍ରୋଲ ପମ୍ପ ଥିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ହୋଇଥାଏ । ବର୍ତ୍ତମାନ ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହାରାଷ୍ଟ୍ରର ପୁଣେ-ସାତାରା ରାଜପଥରେ ଏକ ଟ୍ରକ ପେଟ୍ରୋଲ ପମ୍ପକୁ ଧକ୍କା ଦେଇଛି । ଏପ୍ରିଲ ୨୨ ତାରିଖ ସକାଳ ପ୍ରାୟ ସାଢ଼େ ୯ଟାରେ ଏହି ଦୁର୍ଘଟଣା ଘଟିଛି ।
ଟ୍ରକ୍ଟି ଡିଜେଲ ଡିସପେନସର୍କୁ ଧକ୍କା ଦେଇଥିଲା । ପରେ ଏକ କାରରେ ଚଢ଼ିଯାଇଥିଲା ଟ୍ରକ୍ । ଦୁର୍ଘଟଣାର ସମ୍ପର୍ଣ୍ଣ ଭିଡିଓ ସିସିଟିଭିରେ କଏଦ ହୋଇଛି । ଯଦିଓ ଏଥିରେ କୌଣସି କ୍ଷତି ହୋଇନାହିଁ, ପ୍ରତ୍ୟକ୍ଷଦର୍ଶୀମାନେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି କରିଥିଲେ । ପରେ ପରେ ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ।
#NDTVBeeps | Watch: Truck Loses Control During Petrol Pump Entry, Rams Car pic.twitter.com/M4gobul3QH
— NDTV (@ndtv) April 25, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)