Advertisment

ଜଳାଭିଷେକ ନୋହିଲା; ଡିଜେରେ ଲାଗିଲା ୧୧ କେଭି ତାର, ଚାଲିଗଲା ୯ କାଉଡ଼ିଆଙ୍କ ଜୀବନ

ଶ୍ରାବଣ ସୋମବାରରେ ବଡ଼ ଅଘଟଣ। ମହାଦେବଙ୍କୁ ଜଳାଭିଷେକ ପୂର୍ବରୁ ଚାଲିଗଲା ୯ କାଉଡିଆଙ୍କ ଜୀବନ। ବିତ୍ୟୁତ ତାର ସଂସ୍ପର୍ଶରେ ଆସି ୯ ଜଣ କାଉଡ଼ିଆଙ୍କର ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Nine Kanwariyas electrocuted to death

Nine Kanwariyas electrocuted to death

Advertisment

ଶ୍ରାବଣ ସୋମବାରରେ ବଡ଼ ଅଘଟଣ। ମହାଦେବଙ୍କୁ ଜଳାଭିଷେକ ପୂର୍ବରୁ ଚାଲିଗଲା ୯ କାଉଡିଆଙ୍କ ଜୀବନ। ବିତ୍ୟୁତ ତାର ସଂସ୍ପର୍ଶରେ ଆସି ୯ ଜଣ କାଉଡ଼ିଆଙ୍କର ମୃତ୍ୟୁ ହୋଇଛି। ବିହାର ବୈଶାଲି ଜିଲ୍ଲାର ସୁଲତାରପୁରର ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Advertisment

ସୂଚନା ଅନୁସାରେ, ଶ୍ରାବଣ ତୃତୀୟ ସୋମବାରରେ କାଉଡ଼ିଆମାନେ ଜଳାଭିଷେକ ପାଇଁ ଡିଜେ ଗାଡି ସହ ବାହାରିଥିଲେ। ସୋନପୁର ବାବା ହରିହରନାଥରେ ସେମାନେ ବାବାଙ୍କ ନିକଟରେ ପାଣି ଢାଳିବାର ଯୋଜନା କରିଥିଲେ। ପାଣିଭାର ଆଣିବା ପାଇଁ ସାରନର ପହେଲାଜା ଘାଟକୁ ଯାଉଥିଲେ। ଏହି ସମୟରେ ଡିଜେ ଗାଡିରେ ଥିବା ସାଉଣ୍ଡ ସିଷ୍ଟମ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା।

ଅଧିକ ପଢନ୍ତୁ : ଅଧାରେ ରହିଲା ମାନସିକ; ଜଳଲାଗି ପୂର୍ବରୁ ମହାନଦୀରେ ଭାସିଗଲେ କାଉଡ଼ିଆ

Advertisment

ଗାଡିଟି ଚାର୍ଜ ହୋଇଯାଇଥିଲା। ଘଟଣାସ୍ଥଳରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକଙ୍କ ବୟସ ୧୪ରୁ ୩୦ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ମୃତକ ମାନେ ହେଲେ ଜେଠୁଲି ଗାଁର ରବି କୁମାର, ନବୀନ କୁମାର, ଅମରଶ କୁମାର, ଚନ୍ଦନ କୁମାର, କାଲୁ କୁମାର, ଆଶିଷ କୁମାର, ଆମୋଡ କୁମାର ଏବଂ ରାଜା କୁମାର। ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। 

ସଦର ଏସଡିପିଓ ଓମ୍‌ ପ୍ରକାଶ କହିଛନ୍ତି, ''ଇଣ୍ଡଷ୍ଟ୍ରିଆଲ୍ ଥାନାଞ୍ଚଳ ସୁଲତାନପୁର ଗାଁ ନିକଟରେ ବଡ ଅଘଟଣ ଘଟିଛି । ଡିଜେ ଗାଡି ଯାଉଥିବା ବେଳେ ୧୧କେଭି ତାରରେ ଲାଗି ଯାଇଥିଲା। ଫଳରେ ବିଦ୍ୟୁତ ଝଟକାରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁଇ ଜଣ ଆହତ ହୋଇଥିଲେ। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।'' ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, କରେଣ୍ଟ ଲାଗିବା ବେଳକୁ ଗାଡିରେ ୪ରୁ ୫ଜଣ ଥିଲେ। ଏପରି ଅଘଟଣ ଦେଖି ଅନ୍ୟମାନେ ସେମାନଙ୍କୁ ବଞ୍ଚାଇବାକୁ ଦୌଡିଯାଇଥିଲେ। ଫଳରେ ସେମାନେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ତେବେ ପ୍ରତି ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଲକ୍ଷର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

Advertisment

ଅଧିକ ପଢନ୍ତୁ : ଶ୍ରାବଣରେ ଅଘଟଣ; ଜଳଲାଗି ପୂର୍ବରୁ ନଦୀରେ ବୁଡ଼ି କାଉଡ଼ିଆ ମୃତ

Electric Shock Kanwariyas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ