/odishatv-khabar/media/post_attachments/uploadimage/library/16_9/16_9_0/accident_1689820526.jpg)
accident
ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ଇସକନ୍ ବ୍ରିଜ୍ ଉପରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ୨୦ ଜଣ ଆହତ ହୋଇଛନ୍ତି । ରାତି ଅଧରେ ଇସ୍କନ ବ୍ରିଜ ଉପରେ ଥାର ଗାଡି ଓ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଦେଖିବା ପାଇଁ ବ୍ରିଜ ଉପରେ ଲୋକଙ୍କ ଭିଡ଼ ଜମିଥିଲା । ଏହି ସମୟରେ ଏକ ଜାଗୁଆର ଚାଳକ ତୀବ୍ର ବେଗରେ ଆସି ଲୋକଙ୍କୁ ଦଳି ଦେଇ ଚାଲିଯାଇଥିଲା । ଏହା ଏକ ହିଟ୍ ଆଣ୍ଡ ରନ୍ ମାମଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।
ସର୍ଖେଜ-ଗାନ୍ଧିନଗର ହାଇୱେର ଇସକନ୍ ମନ୍ଦିର ପାଖରେ ଦୁର୍ଘଟଣା ହୋଇଥିବା ବେଳେ ଜାଗୁଆର କାର୍ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭରଙ୍କ ପାଇଁ ଏବେ ଲୋକଙ୍କ ଜୀବନ ଚାଲିଯାଇଛି । ଗାଡ଼ିଟି ଲୋକଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ କିଛି ଲୋକ ୨୫ରୁ ୩୦ ଫୁଟ୍ ଦୂରକୁ ଛିଟିକି ପଡ଼ିଥିଲେ । ରାତି ପ୍ରାୟ ୧୨.୩୦ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ମାନଙ୍କ ମଧ୍ୟରେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ଜଣେ କନେଷ୍ଟବଳ ଓ ଜଣେ ହୋମ୍ଗାର୍ଡ ଥିବା ସୂଚନା ମିଳିଛି
ଅଧିକ ପଢ଼ନ୍ତୁ: ଦେବଭୂମିରେ ଅଘଟଣ; ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ୧୫ ମୃତ, ଅନେକ ଗୁରୁତର
ଚିକିତ୍ସା ପାଇଁ ଆହତମାନଙ୍କୁ ତୁରନ୍ତ ଆସର୍ୱା ସିଭିଲ୍ ହସ୍ପିଟାଲ୍କୁ ନିଆଯାଇଛି । ତେବେ ଏହି ଦୁର୍ଘଟଣାରେ ଜାଗୁଆର ଚାଳକ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଦୁଇଟି ଦୁର୍ଘଟଣା ପରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପୋଲିସ୍ ଘଟଣାରେ ଏବେ ତଦନ୍ତ ଜାରି ରଖିଥିବା ବେଳେ ବ୍ରିଜର ଗୋଟିଏ ପଟେ ଗାଡ଼ି ଚଳାଚଳକୁ ବନ୍ଦ କରିଛିା...
अहमदाबाद में रफ़्तार ने ली 9 लोगों की जान SG HIGHWAY पर देर रात बहुत बड़ा हादसा
अहमदाबाद के SG HIGHWAY पर बने इस्कॉन ब्रिज पर ये दुर्घटना हुई है जिसमे एक जैगुआर गाडी ने ब्रिज पर खड़े लोगों को रोंध डाला ... जिसमे 9 लोगों की मौके पर ही मौत हो गयी (जिनमे एक पुलिस कॉन्स्टेबल और और… pic.twitter.com/rBZVehmycW
— Nirnay Kapoor (@nirnaykapoor) July 20, 2023
ଅନ୍ୟପଟେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ୍ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହିତ ଲୋକଙ୍କୁ ପଚରାଉଚରା କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)