Advertisment

ଲିଙ୍ଗରାଜ ମନ୍ଦିରରେ ବ୍ୟାରିକେଡ ଭାଙ୍ଗି ୧୦ରୁ ଅଧିକ ଗୁରୁତର

ଏମିତିକି ଆଶୁ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ଆହତ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। କିଛି ପୋଲିସ ମଧ୍ୟ ଦଳାଚକଟାରେ ଗୁରୁତର ଆହତ ହୋଇଥିଲେ।

author-image
Satyendu Shekher Mishra
Lingaraj Temple

Lingaraj Temple

ଜାଗର ଯାତ୍ରାରେ ଅଘଟଣ। ବ୍ୟାରିକେଡ ଭାଙ୍ଗି ୧୦ରୁ ଅଧିକ ଶ୍ରଦ୍ଧାଳୁ ଆହତ। ମହାଶିବରାତ୍ରି ଅବସରରେ ଗତକାଲି ଲିଙ୍ଗରାଜଙ୍କ ଦର୍ଶନ ଓ ମହାଦୀପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ନାହିଁ ନଥିବା ଉତ୍ସାହ ରହିଥିଲା। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଲମ୍ବା ଧାଡିରେ ଭକ୍ତ ଠିଆ ହୋଇ ରହିଥିଲେ। ତେବେ ସଂଧ୍ୟା ପ୍ରାୟ ସାଢେ ୭ଟା ବେଳକୁ ଭକ୍ତମାନେ ଧୈର୍ଯ୍ୟହରା ହୋଇପଡିଥିଲେ। ଠେଲାପେଲା ଭିତରେ ସିଂହଦ୍ବାରରୁ ମନ୍ଦିର ଭିତରକୁ ଯାଇଥିବା ବ୍ୟାରିକେଡ ଭାଙ୍ଗିଯାଇଥିଲା। ଫଳରେ ଦଳାଚକଟାରେ ଏକାଧିକ ଆହତ ହୋଇଥିଲେ। ଏମିତିକି ଆଶୁ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ଆହତ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। କିଛି ପୋଲିସ ମଧ୍ୟ ଦଳାଚକଟାରେ ଗୁରୁତର ଆହତ ହୋଇଥିଲେ।

Advertisment
Lingaraj Temple Mahashivratri
Advertisment
Advertisment