Advertisment

Mo Bus Accident:ପ୍ରଶିକ୍ଷଣ ପରେ ବି ସୁଧୁରୁନି ମୋ ବସ ଚାଳନା, ବେପରୁଆ ଦୁର୍ଘଟଣା ନେଉଛି ଜୀବନ

ଦୁର୍ଘଟଣା ଭିଆଇ ଶହେ ମିଟର ଯାଏଁ ସ୍କୁଟରକୁ ଘୋଷାଡ଼ି ନେଉଛି ବସ୍, ତାର ଦୃଶ୍ୟକୁ ଯିଏ ଦେଖୁଛନ୍ତି, ମୁଣ୍ଡରେ ହାତ ଦେଉଛନ୍ତି। ବେପରୁଆ ଗାଡ଼ି ଚାଳନାର ଲୋମଟାଙ୍କୁରା ଚିତ୍ର ସାମ୍ନାକୁ ଆସିଥିବାବେଳେ ମୋ ବସ୍ ଡ୍ରାଇଭରଙ୍କ ଦାୟିତ୍ବହୀନତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

Mo bus

Mo bus

Advertisment

ଭୁବନେଶ୍ବର ପାତ୍ରପଡ଼ା ଅଞ୍ଚଳରେ ଦୁର୍ଘଟଣା ଭିଆଇଥିଲା ମୋ ବସ୍। ଦୁର୍ଘଟଣା ଭିଆଇ ଶହେ ମିଟର ଯାଏଁ ସ୍କୁଟରକୁ ଘୋଷାଡ଼ି ନେଉଛି ବସ୍, ତାର ଦୃଶ୍ୟକୁ ଯିଏ ଦେଖୁଛନ୍ତି, ମୁଣ୍ଡରେ ହାତ ଦେଉଛନ୍ତି। ବେପରୁଆ ଗାଡ଼ି ଚାଳନାର ଲୋମଟାଙ୍କୁରା ଚିତ୍ର ସାମ୍ନାକୁ ଆସିଥିବାବେଳେ ମୋ ବସ୍ ଡ୍ରାଇଭରଙ୍କ ଦାୟିତ୍ବହୀନତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

Advertisment

ଘାତକ ‘ମୋ ବସ’ର ଭୟଙ୍କର ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ। ମୋ ବସ୍ ଡ୍ରାଇଭରଙ୍କ ଏହି ଗାଡ଼ି ଚାଳନା ଆପଣଙ୍କ ଛାତି ଥରାଇପାରେ। ପାତ୍ରପଡ଼ା ଅଞ୍ଚଳରେ ୨ଟି ସ୍କୁଟି ସହ ୪ ଜଣଙ୍କୁ ଧକ୍କା ଦେଇ ଜଣେ ମହିଳାଙ୍କ ପ୍ରାଣ ନେଇଥିଲା ମଣିଷ ମରା ‘ମୋ ବସ୍। ଦୁର୍ଘଟଣା ଭିଆଇ ଖସି ପଳାଉଥିଲା ।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ଚାଷୀଙ୍କ ନୂଆ କୌଶଳ...ଗୋଟିଏ ଗଛରେ ଫଳୁଛି ଟମାଟୋ ଓ ଆଳୁ !

Advertisment

ଦ୍ରୁତଗତିରେ ଆସି ପ୍ରଥମେ ଛକରେ ଛିଡା ହୋଇଥିବା ସ୍କୁଟରକୁ ଧକ୍କାଦେଲା। କେହି କିଛି ବୁଝିବା ଆଗରୁ ଘୋଷାଡ଼ି ନେଲା। ଦୁର୍ଘଟଣା ପରେ ଡ୍ରାଇଭର୍ ଗାଡ଼ିକୁ ଅଟକାଇବେ କଣ ବସକୁ ଧରି ଖସିପଳାଉଥିଲେ। ନା ଲୋକଙ୍କ ହୋ ହଲ୍ଲା ପ୍ରତି ଖାତିର୍ ଥିଲା ନା ଦେଖାଇଥିଲେ ସାମାନ୍ୟ ମାନବିକତା। ଦୀର୍ଘ ସମୟ ଧରି ତମାଣ୍ଡୋ ଅଞ୍ଚଳରେ ଏଭଳି ତାଣ୍ଡବ ରଚି ଜଣେ ମହିଳାଙ୍କୁ ମାରିବା ସହ ୩ ଜଣଙ୍କୁ ଘାଇଲା କରିଛି କିଲର୍ ବସ୍। ଆଉ ମୋ ବସ୍ ଡ୍ରାଇଭରଙ୍କ ଏଭଳି ଆତଙ୍କରାଜକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ସାଧାରଣ ଜନତା।

ଦୁର୍ଘଟଣା ଭିଆଇଥିବା ମୋ ବସ୍ ଡ୍ରାଇଭର କାହିଁକି ଏତେ ସମ୍ବେଦନହୀନ। ଟ୍ରେନିଂ ସତ୍ତ୍ବେ କାହିଁକି ବେଲଗାମ୍ ହୋଇଯାଇଛନ୍ତି ‘ମୋ ବସ୍’ ଡ୍ରାଇଭର। କାହିଁକି ଦୁର୍ଘଟଣା ଶୂନ୍ୟ ହୋଇପାରୁନି- ଟୁଇନସିଟିର ଏହି ଲାଇଫ୍ ଲାଇନ୍। ଏଭଳି ନାନା ପ୍ରଶ୍ନ ଭିତରେ ନଗର ଉନ୍ନୟନ ଓ ପରିବହନ ବିଭାଗ ମଧ୍ୟରେ ତାଳମେଳ ନଥିବା କଥା ଉଠାଇଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ। କହିଛନ୍ତି, ପରିବହନ ବିଭାଗ ଅଧିନରେ ଥିବା ସ୍ବୀକୃତପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରୁ ଯେଉଁମାନେ ପାସ୍ କରିଥିବେ ଏବଂ ହେଭି ଭେହିକିଲ୍ ଟ୍ରେନିଂ ନେଇଥିବେ ସେହି ଡ୍ରାଇଭରଙ୍କୁ ‘ମୋ ବସ’ରେ ନିଯୁକ୍ତ ହେବା କଥା। କିଛିଦିନ ଧରି ଏହି ବ୍ୟବସ୍ଥା ଚାଲିଲା, ଫଳରେ ଦୁର୍ଘଟଣା କମିଥିଲା। ଏବେ ଏଥିରେ ବ୍ୟତିକ୍ରମ ସହ ଅନଭିଜ୍ଞ ବ୍ୟକ୍ତି ମୋ ବସ୍ ଚଳାଇବାରୁ ଏଭଳି ଦୁର୍ଘଟଣା ବଢ଼ିଚାଲିଛି।

Advertisment

ଏପଟେ ଦୁର୍ଘଟଣାକୁ ରୋକିବା ପାଇଁ ମୋ ବସରେ Advance driver assistance system-ADAS ଲଗାଇବା ସହ ୪୦ କିଲୋମିଟର ସ୍ପିଡ୍ ଗଭର୍ଣ୍ଣର୍ ପାଇଁ ପଦକ୍ଷେପ ନେଇଛି ପରିବହନ ବିଭାଗ। ସେହିପରି ନଗର ଉନ୍ନୟନ ବିଭାଗ ଆକ୍ସନ ମୋଡକୁ ଆସି ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା ଆକ୍ସନ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ବେଆଇନ ସୁନାଖଣିରେ ଅଘଟଣ, ୪୮ରୁ ଅଧିକ ମୃତ ଆଶଙ୍କା

Bus Accident Mo Bus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ