• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଟ୍ରାକ୍ଟର-ଟ୍ରଲର ଏବଂ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ । ଚାଲିଗଲା ୨୬ ଜଣଙ୍କ ଜୀବନ । ଉତ୍ତର ମେକ୍ସିକୋର ତମାଉଲିପାସ୍ ଠାରେ ଏହି ଦୁର୍ଘଟଣା ହୋଇଥିବାବେଳେ ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ସକାଳେ ଟ୍ରାକ୍ଟର-ଟ୍ରଲର ସହ ଏକ ଭ୍ୟାନ୍‌ର ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଘଟିବା ପରେ ସଙ୍ଗେସଙ୍ଗେ ଗାଡ଼ି ଗୁଡ଼ିକରେ ନିଆଁ ଲାଗିଯାଇଥିଲା ।

ତମାଉଲିପାସ୍ ଜନ ସୁରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରାଜଧାନୀ ସିଉଦାଦ୍‌ ଭିକ୍ଟୋରିଆ ବାହାରେ ଏକ ଭୟଙ୍କର ଦୁର୍ଘଟଣା ହୋଇଥିଲା । ପ୍ରାୟ ଅଧଘଣ୍ଟା ଧରି ଗାଡ଼ିଗୁଡ଼ିକ ପଛକୁ ପଛ ଧକ୍କା ହେବା ସହ ରାସ୍ତା ଉପରେ ଛିଡ଼ାହୋଇ ରହିଥିଲା । ଏହି ଦୁର୍ଘଟଣାରେ କିଛି ଶିଶୁଙ୍କ ସହ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ହେଲେ ସେମାନଙ୍କ ପରିଚୟ ଜଣାପଡ଼ିନାହିଁ ।

ଏହି ଦୁର୍ଘଟଣାକୁ ନେଇ କିଛି ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭ୍ୟାନ୍‌ଟି ଏକ ଘରୋଇ ଟ୍ରାନ୍ସପୋର୍ଟ ବ୍ୟବସାୟର ହୋଇଥିବା କୁହାଯାଇଛି । ଏହି ଭ୍ୟାନ୍‌ରେ କିଛି ପିଲାମାନଙ୍କ ସମେତ ଯାତ୍ରୀ ରହିଥିଲେ । ଦିଆଯାଇଥିବା ସୂଚନା ଅନୁସାରେ ମୃତ ବ୍ୟକ୍ତିମାନଙ୍କ ପରିଚୟ ମିଳିପାରିନାହିଁ ।

ଟ୍ରଲର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ନା ସେ ଫେରାର ହୋଇଯାଇଛନ୍ତି ତାହା ଜଣାପଡ଼ିନାହିଁ । ହେଲେ ଦୁର୍ଘଟଣାସ୍ଥଳରୁ କର୍ତ୍ତୃପକ୍ଷ କିଛି ପରିଚୟପତ୍ର ପାଇଛନ୍ତି । ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ମେକ୍ସିକାନ୍ ବୋଲି ଜଣାପଡ଼ିଛି।