/odishatv-khabar/media/post_attachments/uploadimage/library/16_9/16_9_0/Accident_1708063357.jpg)
Accident
ମୃତ୍ୟୁ କେତେବେଳେ ଆସିବ କେହି କହିପାରିବେ ନାହିଁ । କେତେବେଳେ କାହା ଭାଗ୍ୟରେ ଆକାଶ ଖସି ପଡ଼ିବ ତ କେତେବେଳେ ମାଟି ଧସିଯିବ । ଏହାର ଆକଳନ କେବେ କେହି କରିପାରିବେ ନାହିଁ । ଭାଗ୍ୟରେ ଯାହା ଲେଖାଥିବ ତାହା ନିଶ୍ଚେ ଘଟିବ । ଆଜି ଆମେ ଆପଣଙ୍କୁ ଏମିତି ଏକ ଦୁର୍ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ବିଚଳିତ କରିପାରେ । ରାଜଧାନୀ ଦିଲ୍ଲୀରୁ ଏହି ଘଟଣା ସାମ୍ନାକୁ ଆସିଛି । ଦୁର୍ଘଟଣା ପରେ କାର୍ରେ ପଡ଼ିଥିଲା ପୁରା ଶରୀର, ହେଲେ ମୁଣ୍ଡ ଗଡ଼ୁଥିଲା ରାସ୍ତାରେ ।
ଏଭଳି ହୃଦୟ ବିଦାରକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ରାଜଧାନୀ ଦିଲ୍ଲୀରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ଦୁଇ କାର୍ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଏକ କାର୍ ଚାଳକଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇ ଯାଇଛି। ଚାଳକଙ୍କ ଶରୀର ଡ୍ରାଇଭିଂ ସିଟ୍ରେ ପଡ଼ିଥିବା ବେଳେ ମୁଣ୍ଡ ଛିଣ୍ଡି ଅଲଗା ହୋଇଯାଇଛି ।
ଅଧିକ ପଢ଼ନ୍ତୁ: ରୋଷେଇ କରୁ କରୁ ମାଡ଼ି ଆସିଲା କାର୍, ଆଉ ତା’ପରେ...
ମୃତକ ୨୭ ବର୍ଷୀୟ ବଂଶ ଜାଁଲି ବୋଲି ଜଣାପଡ଼ିଛି । ବଂଶ ଏକ କମ୍ପାନୀରେ ଜଣେ ମାର୍କେଟିଂ ଏଜେଣ୍ଟ ଭାବେ କାମ କରୁଥିଲେ। ଘରେ କେବଳ ତାଙ୍କ ମା’ ଥିବା ଜଣାଯାଇଛି।
ଗତକାଲି ସନ୍ଧ୍ୟା ସମୟରେ ପଶ୍ଚିମ ଦିଲ୍ଲୀର କିର୍ତ୍ତି ନଗର ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ପ୍ରଥମେ ଦ୍ରୁତ ଗତିରେ ଆସୁଥିବା ବଂଶଙ୍କ କାର୍ ଡିଭାଇଡରରେ ପିଟି ହୋଇ ଅନ୍ୟ ଏକ କାର୍କୁ ଧକ୍କା ଦେଲା। ଏହି ଧକ୍କା ଏତେ ଜୋରରେ ଥିଲା ଯେ, ଏହାପରେ କାର୍ଟି ଉପରକୁ ଉଠିଯାଇ ରାସ୍ତାର ଅପର ପାର୍ଶ୍ୱରେ ଛିଟିକି ପଡ଼ିଲା।
ସ୍ଥାନୀୟ ଲୋକେ ତୁରନ୍ତ କାର୍ ନିକଟରେ ପହଞ୍ଚିବା ବେଳେ କାର୍ ଭିତରେ ବଂଶଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଥିବା ବେଳେ ତାଙ୍କ ମୁଣ୍ଡ ଅଲଗା ହୋଇ ସାରିଥିଲା। ଏହି ଭୟଙ୍କର ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବଂଶଙ୍କ କାର୍ ସହ ପିଟି ହୋଇଥିବା ଅନ୍ୟ ଏକ କାର୍ର ଚାଳକ ଆହତ ହୋଇଥିବା ବେଳେ ତାଙ୍କ ଜୀବନ ରକ୍ଷା ହୋଇ ଯାଇଥିବା ଜଣାଯାଇଛି।
ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ରୁ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)