Advertisment

ଟ୍ରକ୍‌ ଚାପାରେ ବାପ-ପୁଅ ମୃତ, ଭଣଜା ଗୁରୁତର

ମସଜିଦରୁ ନମାଜ ପାଠ କରି ସାରିବା ପରେ ବଜାରରୁ ସଉଦାପତ୍ର କିଣି ସେ ଗୋଡିବନ୍ଧ ସ୍ଥିତ ସୁନାଖଣି ନିଜ ଭଡାଘରକୁ ଫେରୁଥିଲେ କିନ୍ତୁ ଫେରିବା ବାଟରେ ତାଳଚେର ବାଙ୍କଧରା ଛକ ନିକଟରେ ଏକ କୋଇଲା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Odisha Road Accident

Talcher Accident

ଅନୁଗୁଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଆଜି ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୩ ବର୍ଷର ପୁଅ ସମେତ ବାପାଙ୍କର ମୃତ୍ୟୁ ହୋଇଛି । ଆଉ ସୌଭାଗ୍ୟ ବଶତଃ ଅଳ୍ପକେ ଭଣଜା ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ତାଳଚେର ଗୋଡ଼ିବନ୍ଧ ଅଞ୍ଚଳରେ ରହୁଥିବା ଏମଡି ଆରିଫ (୩୪) ଏକ ମୋଟରସାଇକେଲରେ ତାଙ୍କ ନାବାଳକ ପୁଅ ଏମଡି ସାହିଲ ଓ ନାବାଳକ ଭଣଜା ଏମଡି ଫିରୋଜ କୁରେସୀ ସହ ତାଳଚେର ସ୍ଥିତ ମସଜିଦକୁ ନମାଜ ପାଠ କରିବା ପାଇଁ ଆସିଥିଲେ ।

Advertisment

ମସଜିଦରୁ ନମାଜ ପାଠ କରି ସାରିବା ପରେ ବଜାରରୁ ସଉଦାପତ୍ର କିଣି ସେ ଗୋଡିବନ୍ଧ ସ୍ଥିତ ସୁନାଖଣି ନିଜ ଭଡାଘରକୁ ଫେରୁଥିଲେ କିନ୍ତୁ ଫେରିବା ବାଟରେ ତାଳଚେର ବାଙ୍କଧରା ଛକ ନିକଟରେ ଏକ କୋଇଲା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାପା ଆରିଫ ଓ ପୁଅ ସାହିଲଙ୍କ ମୃତ୍ୟୁ ହୋଇଥିଲା । ତେବେ ନାବାଳକ ଭଣଜା ଗାଡ଼ିରୁ ଛିଟିକି ପଡି ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ତେବେ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଦେଖା ଦେଇଥିବାବେଳେ ଖବର ପାଇ ତାଳଚେର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛି l ଅନ୍ୟପଟେ ଆଜି ମୁସଲମାନ ସମ୍ପ୍ରଦାୟର ରମଜାନ ମାସର ଶେଷ ଦିନ ଇଦ ପର୍ବ । ଆଜି ଧୁମଧାମରେ ମୁସଲମାନମାନେ ପବିତ୍ର ଇଦ ପର୍ବକୁ ପାଳନ କରୁଥିବା ବେଳେ ଏହି ଦୁଃଖଦ ଘଟଣା ସମସ୍ତ ମୁସଲମାନ ଭାଇ-ଭଉଣୀମାନଙ୍କ ମନରେ ଶକ୍ତ ଆଘାତ ଦେଇଛି ।

Advertisment

ଏହି ଦୁଃଖଦ ଘଟଣା ଘଟିବା ପରେ ତାଳଚେରର ଶତାଧିକ ମୁସଲମାନ ଭାଇ ଭଉଣୀ ମାନେ ଘଟଣାସ୍ଥଳରେ ପହଂଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଶୋକ ବ୍ୟକ୍ତ କରିଛନ୍ତି l

Road Accident Accident
Advertisment
Advertisment