• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନାଗପୁର-ପୁଣେ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସକୁ ବିପରୀତ ଦିଗରୁ ଆସି ଜୋରରେ ଧକ୍କା ଦେଲା ଟ୍ରକ୍‌ । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ହୋଇଛନ୍ତି । ଖବର ପାଇଁ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ପୋଲିସ ଓ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହାସହ ଗୁରୁତରଙ୍କୁ ଚିକିତ୍ସା ପାଇଁ ସିନ୍ଦଖେଡ଼ାରାଜା ହସ୍ପିଟାଲ ପଠାଇ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ବର୍ଷା ଯୋଗୁଁ ଅଣ୍ଡରପାସରେ ଫସିଲା କାର୍, ବାହାରି ନପାରି ଜଣେ ଟେକ୍‌ନିକ୍‌ ବିଶେଷଜ୍ଞଙ୍କ ମୃତ୍ୟୁ

ସୂଚନା ଅନୁସାରେ ଆଜି ସକାଳୁ ମହାରାଷ୍ଟ୍ର ନାଗପୁରରୁ ଏକ ଯାତ୍ରୀବାହୀ ବସ୍‌ ପୁଣେରୁ ମେହକର ଅଞ୍ଚଳ ଅଭିମୁଖେ ଯାଉଥିଲା । ମାତ୍ର ବୁଲଢ଼ନା ନିକଟରେ ସକାଳ ସାଢ଼େ ୭ରେ ଦୁର୍ଘଟଣାଗସ୍ତ ହୋଇଥିଲା ବସ୍‌ । ଦୁଘର୍ଟଣାରେ ୧୩ରୁ ଅଧିକ ଲୋକ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାସ୍ଥଳର ଦୃଶ୍ୟ ଦେଖିଲେ ଜଣାପଡ଼ି ଯାଉଛି ଦୁର୍ଘଟଣାର ଭୟାବହତା । ମଝିରୁ ଦୁଇ ଫାଳ ହୋଇ ଯାଇଛି ବସ୍ । ଅନ୍ୟପଟେ ଗୁରୁତରଙ୍କ ଆର୍ତ୍ତ ଚିତ୍କାରରେ ଦୁର୍ଘଟଣାସ୍ଥଳ ଫାଟି ପଡ଼ୁଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୁଲିସ୍ ଓ ପ୍ରଶାସନିକ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।