Advertisment

Luxury Car Crashes House In Bhubaneswar: ରାସ୍ତାରେ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ରାଜଧାନୀର ଦାମୀ କାର୍ ବାଲା

ଗତ କିଛି ମାସ ହେଲା, ରାଜଧାନୀରେ ନାମୀଦାମୀ କାର୍ ଚକ ତଳେ ଗଲାଣି ବହୁ ଜୀବନ। ୨୦୨୪ ମସିହା ଜୁନ୍‌ ୨୯ ତାରିଖରେ ଜୟଦେବ ବିହାରରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କାର ଦୁର୍ଘଟଣାରେ ଟ୍ରାଫିକ କନେଷ୍ଟବଳ ମଧୁସୂଦନ କିଷାନୀଙ୍କ ପ୍ରାଣହାନୀ ହୋଇଥିଲା।

undefined

Car

Advertisment

ଦାମୀ କାର୍‌ ଚଢ଼ୁଥିବା ଲୋକଙ୍କ ଆଗରେ ଶସ୍ତା ହୋଇଗଲାଣି କି ମଣିଷ ଜୀବନ? କାରଣ କିଛିଦିନ ହେଲା ନାମୀଦାମୀ ଗାଡ଼ି ଦୁର୍ଘଟଣାରେ କେବେ ଆରୋହୀଙ୍କ ଜୀବନ ଯାଉଛି ତ ଆଉ କେବେ ସାମ୍ନାରେ ଥିବା ନୀରିହ ମଣିଷଙ୍କ ପ୍ରାଣହାନୀ ହେଉଛି। ମଡ଼ର୍ଣ୍ଣ ଟେକ୍ନୋଲୋଜି, ହାଇ ସିକ୍ୟୁରିଟି ଫିଚରର ସୌଖୀନ କାର୍ ଏବେ ବିପଦ ବଢ଼ାଇଛି। କେବଳ କାର୍ ନୁହେଁ, ଅସୁରକ୍ଷିତ ଗାଡ଼ି ଚାଳନା ମଧ୍ୟ ଚିନ୍ତା ବଢ଼ାଇଛି। ଗତ ରାତିରେ ଯାହାର ଦୁଇ ଦୁଇଟି ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ।

Advertisment

ଭୁବନେଶ୍ୱର ଶାସ୍ତ୍ରୀନଗରରେ ଘର କରିଥିଲେ ରମା ସାହୁ। ତାଙ୍କ ଘରକୁ ଯେଉଁ ଦାମୀ କାରଟି ଧକ୍କା ଦେଲା, ସେହି କାରର ମାଲିକଙ୍କ ପାଇଁ ଏହି ବୟସ୍କା ମହିଳାଙ୍କ ଘର ବଡ଼ ନୁହେଁ। ବରଂ ସେମାନଙ୍କ ପାଇଁ ଦାମୀ କାର୍ ବଡ଼। ଅର୍ଥାତ ଦାମୀ ଓ ସୌଖୀନ୍‌ କାର୍ ଚଢ଼ିବାର ଅହଙ୍କାର ଆଗରେ ତୁଚ୍ଛ ହୋଇଗଲା କ୍ଷତିଗ୍ରସ୍ତ ଏହି ବୟସ୍କାଙ୍କ ନିବେଦନ। ଇଏ ହେଉଛି ସେହି ଦାମୀ କାର୍ BMW। ଯିଏ ରାତି ସାଢ଼େ ଗୋଟାଏ ବେଳେ ଫୁଟପାଥ୍ ଡେଇଁ ଆଇରନ୍ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଥିଲା। ଆଉ ପିଟିଛି ରମା ସାହୁଙ୍କ ଘର କାନ୍ଥକୁ। ସୌଭାଗ୍ୟକୁ କେହି ମୃତାହତ ହୋଇନାହାଁନ୍ତି। କିନ୍ତୁ ବାହାରି ଯାଇଛି କାରର ୪ଟି ଯାକ ବେଲୁନ୍। ଭାଙ୍ଗିଯାଇଛି ବନେଟ୍।

ରମାଙ୍କ କହିବା କଥା, କାରରେ ଥିଲେ ଡ୍ରାଇଭରଙ୍କ ସହ ୨ ଜଣ। ଉଭୟେ ଥିଲେ ନିଶାସକ୍ତ ଅବସ୍ଥାରେ। ଆଉ ବିଳମ୍ବିତ ରାତିରେ BMW କାରରେ ଦ୍ରୁତଗତିରେ ରେଡକ୍ରସ ପଟୁ ଜୟଦେବ ବିହାର ଅଭିମୁଖେ ଯିବାବେଳେ ଶାସ୍ତ୍ରୀନଗର ଛକ ଉପରେ ଏଭଳି ଦୁର୍ଘଟଣା ଭିଆଇ ହୋଇଗଲେ ସୀମାପାର୍। ହେଲେ କାହାର ଏହି BMW କାର୍? କାରରେ ଥିଲେ କେଉଁମାନେ, ତାହା ଏଯାଏଁ ସ୍ପଷ୍ଟ ହୋଇନି।

Advertisment

ଅଧିକ ପଢ଼ନ୍ତୁ: ସୁନା ଭାଙ୍ଗିଲା ସବୁ ରେକର୍ଡ: ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦର ୮୦ ହଜାର ପାର୍‌

ଠିକ୍‌ ସେମିତି ଏକ ଦୁର୍ଘଟଣା ବଡ଼ଗଡ଼ ଥାନା ଅଞ୍ଚଳରେ ଘଟିଛି। ସେ ମଧ୍ୟ ଏକ ସୌଖିନ୍ କାର୍। ଯାହାକୁ ଚୁରମାର୍ ଅବସ୍ଥାରେ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ଆଣିଛି ପୋଲିସ। ଟାଟା ହାରିୟର୍। ସେଭେନ୍ ସିଟର୍ କାର୍, ଦାମ୍ ପାଖାପାଖି ୩୦ ଲକ୍ଷ। ଗତରାତି ପ୍ରାୟ ୨ଟାରେ ଟଙ୍କପାଣି ସାଇ ମନ୍ଦିର ନିକଟରେ ଏହି କାର୍ ନେଇଛି ୩ ବାଇକ ଚାଳକଙ୍କ ଜୀବନ। ତେବେ କେମିତି ଦୁର୍ଘଟଣା ଘଟିଲା, କାର୍ ସହ ଜୀବନ ବଞ୍ଚିଯାଇଥିବା ଡ୍ରାଇଭରଙ୍କୁ ଅଟକ ରଖି ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରୁଛି ପୋଲିସ।

Advertisment

ଗତ କିଛି ମାସ ହେଲା, ରାଜଧାନୀରେ ନାମୀଦାମୀ କାର୍ ଚକ ତଳେ ଗଲାଣି ବହୁ ଜୀବନ। ୨୦୨୪ ମସିହା ଜୁନ୍‌ ୨୯ ତାରିଖରେ ଜୟଦେବ ବିହାରରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କାର ଦୁର୍ଘଟଣାରେ ଟ୍ରାଫିକ କନେଷ୍ଟବଳ ମଧୁସୂଦନ କିଷାନୀଙ୍କ ପ୍ରାଣହାନୀ ହୋଇଥିଲା। ୨୦୨୩ ନଭେମ୍ବର ୧ ତାରିଖୀ ସ୍ୱର୍ଗତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ନାଁରେ ଥିବା ରେଞ୍ଜ ରୋଭର୍ ଗାଡ଼ି ଦୁର୍ଘଟଣାର ଶିକାର CISF ଯବାନ କାହ୍ନୁଚରଣ ନାୟକ ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାଁନ୍ତି। ୨୦୨୫ ମସିହା ଜାନୁଆରୀ ୧୭ ତାରିଖରେ ରାଜଭବନ ଛକରେ ଏକ କାର ଧକ୍କାରେ ୨ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଓ ୨୦୨୫ ମସିହା ଜାନୁଆରୀ ୩୧ ତାରିଖରେ ନିଳାଦ୍ରୀବିହାର ଶନିମନ୍ଦିର ନିକଟରେ ଅବସରପ୍ରାପ୍ତ ସେନା ଅଧିକାରୀ କର୍ଣ୍ଣେଲ ରବୀନ୍ଦ୍ର ବେହେରାଙ୍କ ପ୍ରାଣହାନୀ ହୋଇଥିଲା। ବଡ଼ବଡ଼ିଆଙ୍କ କ୍ରମାଗତ କାର୍ ଦୁର୍ଘଟଣାକୁ ନେଇ ବିଭିନ୍ନ ବର୍ଗ ଉଦବେଗ ପ୍ରକାଶ ପାଉଛି।

ଅଧିକ ପଢ଼ନ୍ତୁ: ପଞ୍ଜିକାରେ ବିଭ୍ରାନ୍ତିକର ତଥ୍ୟ ଦେଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

Bhubaneswar Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ