Advertisment

ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଲା କୋଠା; ଚାଲିଗଲା ୮ଜୀବନ

ଉତ୍ତରପ୍ରଦେଶ ଲକ୍ଷ୍ନୌରେ କୋଠା ଭୁଶୁଡ଼ି ୮ଜଣଙ୍କର ମୃତ୍ୟୁ ହୋଇଛି । ଭଙ୍ଗା କୋଠା ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ରାତିସାରା ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

author-image
Sonali Ojha
Lucknow Building Collapse |

Lucknow Building Collapse |

ଉତ୍ତରପ୍ରଦେଶ ଲକ୍ଷ୍ନୌରେ କୋଠା ଭୁଶୁଡ଼ି ୮ଜଣଙ୍କର ମୃତ୍ୟୁ ହୋଇଛି । ଭଙ୍ଗା କୋଠା ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ରାତିସାରା ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଗତସନ୍ଧ୍ୟାରେ ଲକ୍ଷ୍ନୌ ଟ୍ରାନ୍ସପୋର୍ଟ ନଗରରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାସ୍ଥଳରୁ ୨୮ ଜଣଙ୍କୁ ଉଦ୍ଧାର ପରେ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏବେ ଏନଡିଆରଏଫ୍, ଏସଡିଆରଏଫ୍, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସେହିଭଳି ଡ୍ରୋନ୍ କ୍ୟାମେରା ଜରିଆରେ ମଧ୍ୟ ଉଦ୍ଧାର କାର୍ଯ୍ୟ କରାଯାଉଛି।

Advertisment

ଗତକାଲି ସନ୍ଧ୍ୟାରେ ଲକ୍ଷ୍ନୌର ଟ୍ରାନ୍ସପୋର୍ଟ ନଗର ଅଞ୍ଚଳରେ ତିନି ମହଲା କୋଠା ଗୋଡାଉନ୍ ଏବଂ ଏକ ମୋଟର ୱାର୍କସପ୍‌ ଭୁଶୁଡି ଯିବା ଫଳରେ ୨୮ଜଣ ଗୁରୁତର ହୋଇଥିଲେ। ଏହି ସମୟରେ ୩ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସେମାନେ ହେଲେ ରାଜ କିଶୋର, ରୁଦ୍ର ଯାଦବ ଓ ଜଗରୁପ ସିଂ। ମୃତକଙ୍କ ପରିଚୟ ସ୍ପଷ୍ଟ କରିଛନ୍ତି ରିଲିଫ କମିଶନର ଜି.ଏସ୍ ନବୀନ।

ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଛି। ଧ୍ୱଂସାବଶେଷ ତଳେ ଫସିରହିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଉଛି। ପୋଲିସର ସୂଚନା ଅନୁସାରେ, ୩ ମହଲା ବିଶିଷ୍ଟ ଏହି କୋଠାକୁ ଏକ ଫାର୍ମାସ୍ୟୁଟିକାଲ କମ୍ପାନୀର ଗୋଡାଉନ୍ ଭାବେ ବ୍ୟବହାର କରାଯାଉଥିଲା।କୋଠାଟି ପ୍ରାୟ ଚାରି ବର୍ଷ ପୂର୍ବେ ନିର୍ମିତ ହୋଇଥିଲା ଏବଂ ଦୁର୍ଘଟଣା ଘଟିବା ବେଳେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଅପରାହ୍ନ ପ୍ରାୟ ୪ଟା ୪୫ ସମୟରେ ଏହି ଘଟଣା ଘଟିଥିବା ବେଳେ ଅଧିକାଂଶ ଲୋକ ତଳ ମହଲାରେ କାମ କରୁଥିଲେ।

Advertisment

ତୁରନ୍ତ ଆହତମାନଙ୍କୁ ବନ୍ଧୁ ଡାକ୍ତରଖାନା ସମେତ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଧିକାରୀଙ୍କ କହିବାନୁସାରେ, ବିଲଡିଂର ପ୍ରଥମ ମହଲାରେ ଏକ ମୋଟର ୱାର୍କସପ୍‌ ଏବଂ ଗୋଦାମ, ପ୍ରଥମ ମହଲାରେ ଏକ ମେଡିକାଲ୍ ଗୋଡାଉନ୍ ଏବଂ ଦ୍ୱିତୀୟ ମହଲାରେ ଏକ କଟଲେରି ଗୋଦାମ ରହିଥିଲା। ତେବେ ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ, ବିଲ୍ଡିଂର ଏକ ସ୍ତମ୍ଭରେ ଫାଟ ସୃଷ୍ଟି ହୋଇଥିଲା। ବର୍ଷା ଲାଗି ରହିଥିବା ବେଳେ ଲୋକମାନେ ତଳକୁ ଆସୁଥିଲେ,। ହଠାତ୍ ପୂରା କୋଠାଟି ଲୋକଙ୍କ ଉପରେ ଭୁଶୁଡି ପଡିଲା।

Building Collapse
Advertisment
Advertisment