/odishatv-khabar/media/post_attachments/uploadimage/library/16_9/16_9_0/s_1669257134.jpg)
Kendrapara cracker mishap
କେନ୍ଦ୍ରାପଡ଼ାରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଣ ବିସ୍ଫୋରଣ ହୋଇ ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତକାଲି ଭସାଣି ଉତ୍ସବ ବେଳେ ଏହି ଅଘଟଣ ଘଟିଥିଲା। କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ୩୩ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ: ଚାଲିଥିଲା ବାଣ ପ୍ରତିଯୋଗୀତା, ଏକାଥରେ ସବୁ ଫୁଟିଗଲା ! ହେଲା ଭୟଙ୍କର ବିସ୍ଫୋରଣ
#ବାଣ_ବିସ୍ଫୋରଣ_ଆଇସିୟୁରେ_୯ ଜଣ
କଟକ: କେନ୍ଦ୍ରାପଡ଼ାରେ ବାଣ ଫୁଟି ଗୁରୁତର ୩୩ ଜଣ ଏସ୍ସିବିରେ ଭର୍ତ୍ତି । ୩ ମହିଳା, ୨ ଶିଶୁ ସମେତ ୩୩ ଜଣ ହସ୍ପିଟାଲରେ ଭର୍ତ୍ତି । କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ ଅଘଟଣ ଘଟିଥିଲା । #Crackerblast#OTVpic.twitter.com/hNsoZ6KUUr— ଓଟିଭି (@otvkhabar) November 24, 2022
ଆହତଙ୍କ ମଧ୍ୟରେ ୩ ଜଣ ମହିଳା, ଛୋଟ ପିଲା ଏବଂ ସ୍ଥାନୀୟ ବ୍ୟବସାୟୀ ରହିଛନ୍ତି। ୯ ଜଣ ଗୁରୁତରଙ୍କୁ ICUରେ ରଖାଯାଇ ଚିକିତ୍ସା କରାଯାଉଛି। କାହାର ହାତ-ଗୋଡ଼ ପୋଡ଼ି ଯାଇଛି ତ ଆଉ କାହାର ମୁହଁ। କିଛି ଜଣଙ୍କ ଶରୀରର ୫୦%ରୁ ଅଧିକ ପୋଡ଼ି ଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି। କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ରୁ ୬ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ସୂଚନାଥାଉ କି, ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଚାଲିଥିଲା। ଡିଜେର ତାଳେ ତାଳେ ଲୋକେ ନାଚୁଥିଲେ। ବାଣ ବି ଫୁଟୁଥିଲା। ଶତାଧିକ ଲୋକ ଭସାଣି ଦେଖୁଥିଲେ। ଠିକ୍ ଏହି ସମୟରେ ଗୋଟିଏ ବାଣ ଆକାଶକୁ ଯାଇ ଫୁଟିବା ବଦଳରେ ବାଣୁଆ ରଖିଥିବା ବାଣ ବସ୍ତା ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଭୟଙ୍କର ବିସ୍ପୋରଣ ହୋଇଥିଲା। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାର ତଦନ୍ତ କରିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)