ଝାରସୁଗୁଡ଼ାରେ ବଡ଼ ଦୁର୍ଘଟଣା। ଡିଭାଇଡର୍ କୁ ପିଟିଲା କାର୍, ଏଥିରେ ଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଛାତ୍ର ଓ ଡ୍ରାଇଭରଙ୍କୁ ମିଶାଇ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସରବାହାଲ୍ ପିପୁଲ ଉତ୍କଳ କଣ୍ଟିନେଟ୍ ହୋଟେଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ବାଲେଶ୍ବରର ଖୋ ଖୋ ଆନ୍ଥଃସ୍କୁଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇ ଝାରସୁଗୁଡ଼ା DAV ସ୍କୁଲ ପିଲା ମାନେ ଫେରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଛି ।
ସେମାନେ ଟ୍ରେନରେ ବାଲେଶ୍ୱରରୁ ଝାରସୁଗୁଡାରେ ଆସି ପହଞ୍ଚିଥିଲେ । ପରେ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ କାର୍ ଟି ଭାରସାମ୍ୟ ହରାଇ ଡିଭାଇଡର୍ କୁ ପିଟି ହୋଇଛି। ଏହି ଛାତ୍ରମାନେ ଚାମ୍ପିଅନ ହେବା ପରେ ଖୁସି ହୋଇ ଘରକୁ ଫେରୁଥିଲେ । କିଛି ସମୟ ପରେ ଘରେ ପହଞ୍ଚିଥାଆନ୍ତେ । କିନ୍ତୁ ତାଙ୍କର ଏହି ଖୁସି ବେଶି ସମୟ ରହିନଥିଲା । ଦୁର୍ଘଟଣାରେ ସେମାନେ ତାଙ୍କର ଜଣେ ସାଙ୍ଗକୁ ହରାଇଛନ୍ତି । ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ହାଇୱେ ଡକାୟତି ଯୋଜନା ଭଣ୍ଡୁର, ୮ ଜଣଙ୍କୁ ଗିରଫ କଲା ପୋଲିସ
- Reported by:
- Bhagirathi Sahu