Rani panda car accident
ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବସିଥିବା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିବା ସୂଚନା ମିଳିଛି। ଏଥିରେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇଥିବା କୁହାଯାଉଛି। କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଳଖାଇ ଛକ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।
ବାଇକ୍ ଚାଳକଙ୍କୁ ପିଟିଲା ରାନୀ ପଣ୍ଡାଙ୍କ କାର୍, ଘଟଣାସ୍ଥଳରେ ଉତ୍ତେଜନା#Odisha#OTVpic.twitter.com/skeFVGgUOl
— ଓଟିଭି (@otvkhabar) November 25, 2022
ଆଠଗଡ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଥିବାବେଳେ କେମିତି କାର୍-ବାଇକ୍ ମଧ୍ୟରେ ଦୁର୍ଘଟଣା ହେଲା ସ୍ପଷ୍ଟ ହୋଇନି। ଦୁର୍ଘଟଣାରେ କାର୍ର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି।
କମେଡିଆନ୍ ରାଜୁ ଦାସଙ୍କ ରିସେପସନ୍ ପାର୍ଟିରେ ରାନୀ ପଣ୍ଡା ସାମିଲ ହେବାର ଫଟୋରାନୀ ପଣ୍ଡା କମେଡିଆନ୍ ରାଜୁ ଦାସଙ୍କ ବିବାହ ରିସେପ୍ସନ୍ରେ ଯୋଗ ଦେଇ ସେଠାରୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଏନେଇ ରାଣୀ ପଣ୍ଡା କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)