• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଅକୁ ବଞ୍ଚାଇବାକୁ ଯାଇ ଚାଲି ଗଲା ମା’ ର ଜୀବନ । ‍ବିଦ୍ୟୁତ୍‌ ଆଘାତରେ ଏକାଠି ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି । ଭୋଗରାଇ ବ୍ଲକ ଭୋଗରାଇ ଗାଁରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ପୁଅ ଜଣଙ୍କ ରାଜମିସ୍ତ୍ରୀ ।

ସେ ଘର କାମ କରିବା ପାଇଁ ବିଦ୍ୟୁତ ଦ୍ୱାରା ଏକ ମେସିନ୍‌ରେ ରଡ୍‌ କାଟୁଥିଲେ । ହେଲେ ଅସାବଧାନତା କାରଣରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ମା’ ଏହା ଦେଖି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।

ଫଳରେ ପୁଅକୁ ଉଦ୍ଧାର କରିବା ସମୟରେ ଘଟଣାସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ମୃତ ପୁଅର ନାଁ କାର୍ତ୍ତିକ ସେଠୀ ବୋଲି ଜଣାପଡ଼ିଛି । ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି ।

  • Reported by:
  • Ajit Das