Accident In Us
ପୂରା ପରିବାର ସହ ଛୁଟି କାଟିବାକୁ ଯାଇଥିଲେ । ଛୁଟି ବି କାଟିଲେ । କିନ୍ତୁ ଘରକୁ ଫେରିବା ରାସ୍ତାରେ ଘଟିଗଲା ଦୁର୍ଘଟଣା । ଯେମିତି ରାସ୍ତାରେ ଜଗି ବସିଥିଲା ଯମ । ବାପା, ମାଆଙ୍କ ସହ ୨ଛୁଆଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ହାଇଦ୍ରାବାଦ ନିବାସୀ ଭେଙ୍କଟ ନିଜ ସ୍ତ୍ରୀ ତେଜସ୍ବିନୀ ଓ ୨ଛୁଆଙ୍କ ସହ ଆମେରିକାର ଡଲାସରେ ରୁହନ୍ତି । ଛୁଟି କାଟିବାକୁ ଆଟଲାଣ୍ଟା ଯାଇଥିଲେ। ଛୁଟି କାଟି ଘରକୁ ଫେରିବା ରାସ୍ତାରେ ଦୁର୍ଘଟଣା ଘଟିଲା । ତାଙ୍କ କାରକୁ ଧକ୍କା ଦେଇଥିଲା ଏକ ମିନି ଟ୍ରକ । ଏଥିଯୋଗୁ କାର୍ରେ ନିଆଁ ଲାଗି ଯିବାରୁ ୨ ଛୋଟ ପିଲାଙ୍କ ସମେତ ବାପା ମା’ ଜୀବନ୍ତ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ନିଆଁ ଏଭଳି ଲାଗିଥିଲା ସେମାନଙ୍କୁ ଚିହ୍ନଟ କରିହେଲାନି ।
ଅଧିକ ପଢନ୍ତୁ:ଟ୍ରେନ୍ ସହ ସ୍କୁଲ ଭ୍ୟାନ ଧକ୍କା, ୨ମୃତ
ଆଟଲାଣ୍ଟାରେ ଭେଙ୍କଟଙ୍କ ଭଉଣୀ ରୁହନ୍ତି । ସେଠାକୁ ଭେଙ୍କଟ ନିଜ ପରିବାର ସହ ବୁଲିବାକୁ ଯାଇଥିଲେ । ସେଠାରେ ସେ ଗୋଟିଏ ସପ୍ତାହ ରହିଥିଲେ । ଡଲାସ ଫେରିବା ରାସ୍ତାରେ ଭେଙ୍କଟ ରାତିରେ ଏକ ହୋଟେଲରେ ଅଟକିଥାନ୍ତେ । ରୁମ ବି ବୁକ୍ ହୋଇଥିଲା । କିନ୍ତୁ ହୋଟେଲକୁ ପହଞ୍ଚିବାର ୧୦ମିନିଟ ପୂର୍ବରୁ ହିଁ ଦୁର୍ଘଟଣା ଘଟିଲା । ଆଉ ଗୋଟିଏ ପରିବାର ଛାରଖାର ହୋଇଗଲା ।
ଗୋଟିଏ ମିନି ଟ୍ରକ ଭୁଲ ଦିଗରେ ଆସି କାର୍କୁ ଧକ୍କା ଦେଇଥିଲେ। ମିନି ଟ୍ରକ ଏତେ ଜୋରରେ ପିଟି ହୋଇଥିଲା ଯେ କାରରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ଭେଙ୍କଟ, ତାଙ୍କ ପତ୍ନୀ ଓ ଦୁଇ ପିଲା କାରରେ ଫସି ଯାଇଥିଲେ। ସେମାନେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସେମାନଙ୍କୁ ଚିହ୍ନଟ ବି କରିହେଲାନି ।
କାର୍ଟି ପୂରା ପାଉଁଶ ହୋଇଯାଇଥିବା ବେଳେ ମୃତକଙ୍କ ହାଡ଼କୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି। ରିପୋର୍ଟ ଆସିଲା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ଭାରତରେ ରହୁଥିବା ସେମାନଙ୍କ ସଂପର୍କୀୟ ବି ଏହି ଘଟଣାରେ ଭାଙ୍ଗିପଡିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752053902.jpg)