Advertisment

ସତ୍ୟବାଦୀରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩୦ ବଖରା ଘର, ସର୍ବସ୍ବାନ୍ତ ୧୫ ପରିବାର...

ନିଆଁ ଲାଗି ଜଳିଗଲା ୩୦ ବଖରାରୁ ଅଧିକ ଘର। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୪୦ ମିନିଟରେ ଆଳିଶ ଗାଁରେ ନିଆଁ ଲାଗିଥିଲା।

author-image
Sujit kumar Swain
ଅଦ୍ୟତନ ହୋଇଛି
House Gutted in Fire In Puri's Satyabadi

House Gutted in Fire

ସତ୍ୟବାଦୀରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୩୦ ବଖରାରୁ ଅଧିକ ଘର। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୪୦ ମିନିଟରେ ଆଳିଶ ଗାଁରେ ନିଆଁ ଲାଗିଥିଲା। ଏଥିରେ ୩ ଗୋରୁ ଜୀବନ ଦଗ୍ଧ ହୋଇଛନ୍ତି। ଆସବାବପତ୍ର ସହ ବାଇକ୍ ଜଳିପୋଡି ପାଉଁଶ ହୋଇଛି। 

Advertisment

ଅଗ୍ନିକାଣ୍ଡରେ ଜଣେ ଆହତ ହୋଇଛନ୍ତି। ୧୫ଟି ପରିବାର ସର୍ବସ୍ବାନ୍ତ ହୋଇଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ଗାଁରେ ନିଆଁ ଲାଗିଲା,ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ନିଆଁକୁ ଆୟତ୍ତ କରିଥିଲେ ଗାଁ ଲୋକ। 

Advertisment

Fire Mishap
Advertisment
Advertisment