• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଲିସ ଗାଡ଼ିକୁ ପିଟିଲା ଟ୍ରକ୍। ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର ହୋଇଛନ୍ତି । ବୌଦ୍ଧ କମଳପୁର ଛକ ନିକଟରେ ଘଟିଛି ଏ ଦୁର୍ଘଟଣା । ମୃତକ ଦୁଇ ଜଣ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ବାଉଁଶୁଣୀ ଥାନାର ହୋମଗାର୍ଡ ଜଗନ୍ନାଥ ମେହେର ମୃତ । ୨ ଗୁରୁତରଙ୍କ ମଧ୍ୟରେ ଜଣେ ASI ଏବଂ ଜଣେ ହୋମଗାର୍ଡ ଅଛନ୍ତି । ଗୁରୁତର ASI ଓ ହୋମଗାର୍ଡ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ ରୁ ଏକ ରେସ୍କ୍ୟୁ ଅପରେସନ ସାରି ବାଉଁସୁଣି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।...

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନାର ଏକ ଟିମ୍ କଟକ ଜିଲ୍ଲାରୁ ଏକ ରେସ୍କ୍ୟୁ ଅପରେସନ ସାରି ବ୍ୟକ୍ତିଗତ ବୋଲେରୋ ଗାଡ଼ିରେ ନିଜ ଥାନାକୁ ଫେରୁଥିଲେ । ଏହି ସମୟରେ ଜନାପଙ୍କ ଫାଣ୍ଡି ଅନ୍ତର୍ଗତ କମଳପୁର ଛକ ନିକଟରେ ସୁବର୍ଣ୍ଣପୁର ଆଡୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ବୋଲେରୋ ଟି ଓଲଟିପଡ଼ି ଚୁରମର ହୋଇଯାଇଛି ।

ତେବେ ଘଟଣା ସ୍ଥଳରେ ହିଁ ଜଣେ ପୋଲିସ୍ ହୋମଗାର୍ଡ ଏବଂ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ପୋଲିସ କର୍ମଚାରୀ ଗୁରୁତର ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ASI ଥିବା ବେଳେ ଅନ୍ୟ ଜଣ କନେଷ୍ଟବଳ ଅଛନ୍ତି । ଗୁରୁତରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

  • Reported by:
  • DEEPAK KUMAR ADAR