Advertisment

Hit And Run: ହିଟ୍‌ ଆଣ୍ଡ୍‌ ରନ୍‌: ୧୦ ଦୋକାନ ଉପରେ ମାଡ଼ିଗଲା ବୋଲେରୋ

ବୋଲେରୋ ମାଡ଼ି ଯାଉଥିବା ଦେଖି ଦୋକାନୀମାନେ ଭୟଭୀତ ହୋଇ ଦୌଡ଼ି ପଳାଇ ଯାଇଥିଲେ। ତେବେ ୨ରୁ ଅଧିକ ଦୋକାନୀ ଆହତ ହୋଇଥିଲେ। ଦୋକାନରେ ଥିବା ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି।

Paradip

Paradip

Advertisment

ସି ବିଚ୍‌ ପାର୍କିଂରେ ହିଟ୍‌ ଆଣ୍ଡ ରନ୍‌। ୮ରୁ ୧୦ଟି ଦୋକରନ ପରେ ମାଡ଼ିଗଲା ଦ୍ରୁତଗାମୀ ବୋଲେରୋ। ଯାହାଫଳରେ ଫୁଟ୍‌ପାଥ୍‌ରେ ଥିବା ଦୋକାନ ଗୁଡ଼ିକ ଛିନ୍‌ଛତର ହୋଇଯାଇଛି। ଏଥିରେ କିଛି ଦୋକାନୀ ଆହତ ହୋଇଥିବା ଦୁର୍ଘଟଣା ଘଟାଇଥିବା ବୋଲେରୋ ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ଧରି ବହେ ଛେଚିଛନ୍ତି ଉତ୍ତ୍ୟକ୍ତ ଲୋକେ। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ଘଟଣା ଜଗତସିଂହପୁର ଜିଲ୍ଲା ପରାଦୀପ ସି’ ବଚ୍‌ ପାର୍କିଂରେ ଘଟିଛି।

Advertisment

ପାରାଦୀପ ସି’ ବିଚ୍‌ ପାର୍କିଂରେ ଛିଡ଼ା ହୋଇଛି ପର୍ଯ୍ୟଟକଙ୍କ ଗାଡ଼ି। ଆଉ ଅପରାହ୍ନରେ ପାର୍କିଂ ପାର୍ଶ୍ୱରେ ଥିବା ଫୁଟ୍‌ପାଥ୍‌ରେ ମେଲିଥିଲା ଉଠା ଦୋକାନୀଙ୍କ ପସରା। ଗହଳୀ ଚହଳୀରେ ଫାଟି ପଡ଼ୁଥିଲା ପାର୍କିଂ ସ୍ଥଳ। ଠିକ୍‌ ସେତିକି ବେଳେ ହଠାତ୍‌ ଏକ ବୋଲେରୋ ପାର୍କିଂ କରିବା ପାଇଁ ଆସିଥିଲା। ହେଲେ ଚାଳକ ଗାଡ଼ିର ବ୍ରେକ୍‌ ବଦଳରେ ଏକ୍ସିଲେଟର ଦବାଇ ଦେଇଥିଲେ। ଯେଉଁଥିପାଇଁ ବୋଲେରୋର ବେଗ ବଢ଼ି ଯାଇଥିଲା। ଆଉ ଭାରସାମ୍ୟ ହରାଇ ଫୁଟ୍‌ପାଥ୍‌ରେ ଥିବା ୮ରୁ ୧୦ଟି ଦୋକାନ ଉପରେ ମାଡ଼ି ଯାଇଥିଲା।

ଅଧିକ ପଢ଼ନ୍ତୁ : ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

ବୋଲେରୋ ମାଡ଼ି ଯାଉଥିବା ଦେଖି ଦୋକାନୀମାନେ ଭୟଭୀତ ହୋଇ ଦୌଡ଼ି ପଳାଇ ଯାଇଥିଲେ। ତେବେ ୨ରୁ ଅଧିକ ଦୋକାନୀ ଆହତ ହୋଇଥିଲେ। ଦୋକାନରେ ଥିବା ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୋଲେରୋ ଡ୍ରାଇଭରଙ୍କ ସମେତ ୪ ଜଣ ଯୁବକଙ୍କ ଭିତରୁ ୩ ଜଣ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଡ୍ରାଇଭରଙ୍କ ସମେତ ୨ ଜଣଙ୍କୁ ଧରି ବହେ ଛେଚିଥିଲେ। ସେମାନଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ।

Advertisment

ପୋଲିସ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ଏଥିସହ ଆହତ ହୋଇଥିବା ଦୋକାନୀଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ଦୁର୍ଘଟଣା ଘଟାଇଥିବା ବୋଲେରୋ ସମ୍ପର୍କରେ କୌଣସି ସୂଚନା ମିଳିନି। ପୋଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ଅଧିକ ପଢ଼ନ୍ତୁ : ଯୁଗାନ୍ତକାରୀ ଓ ଐତିହାସିକ ହେବ ଉତ୍କର୍ଷ ଓଡ଼ିଶା, ଗଙ୍ଗାର ସ୍ରୋତ ଭଳି ଓଡ଼ିଶା ଆସିବେ ନିବେଶକ

Advertisment
Jagatsinghpur Accident Paradip
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ