/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748947989.jpg)
Septic Tank Mishap
ନବରଙ୍ଗପୁର ଜିଲ୍ଲାରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ । ମୃତକମାନେ ହେଲେ ଏନ୍ ସନ୍ତୁ, ଅମିର ଖୁରା, ତ୍ରିଲୋଚନ ଭତରା, ଲାଲୁ ରଣା କମରା । ସମସ୍ତଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ପାଇଖାନାରେ କାମ କରୁଥିବାବେଳେ ଏହି ଅଘଟଣ ଘଟିଛି ।
ଅଧିକ ପଢନ୍ତୁ: ହୃଦୟବିଦାରକ...ଏକାଠି ସାଙ୍ଗ ହୋଇ ଯାଇଥିଲେ ୧୧, ହେଲେ ଫେରିଛନ୍ତି କେବଳ ୪.
ଯାହା ସୂଚନା ମିଳିଛି, ପଡାଲଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ପାଇଖାନାରେ କାମ କରୁଥିବା ବେଳେ ଫ୍ଲସ ଖସି ଯାଇ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକ ଗୁରୁତର ହୋଇଯାଇଥିଲେ । ଏହି ସମୟରେ ଘର ମାଲିକଙ୍କ ଅନୁରୋଧ କ୍ରମେ ଏନ. ସାନ୍ତୁ ଓ ଆଉ ଜଣେ ଯୁବକ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ସେମାନେ ଦୁହେଁ ମଧ୍ୟ ସେହିଠାରେ ଶ୍ୱାସରୁଦ୍ଧ ହୋଇଯାଇ ଗୁରୁତର ହୋଇଯାଇଥିଲେ ।
ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ବାହିନୀ ସହ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ସେଥିମଧ୍ୟରୁ ପ୍ରଥମେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଶେଷରେ ତାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)