/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670399807.jpg)
Hotel FireMishap
ଯାଜପୁରରେ ଜଳୁଛି ହୋଟେଲ । ଯାଜପୁର ଟାଉନର ମେଡିକାଲ୍ ସାମ୍ନା ରୁଚିକା ହୋଟେଲ୍ ଭୟଙ୍କର ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ପୁରା ହୋଟେଲ । ପୁରା ଅଞ୍ଚଳ ଧୁଆଁମୟ । ଆକାଶରେ କଳାହାଣ୍ଡିଆ ମେଘ ଭଳି ଛାଇଯାଇଛି କଳା ଧୁଆଁ । ତେବେ ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁଁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଖବର ପାଇ ଅଗ୍ନିଶମ ବାହାନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁର ମାତ୍ରା ଏତେ ଅଧିକ ଯେ, ପାଖ ଦୋକାନକୁ ବ୍ୟାପିବାର ଆଶଙ୍କା ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)