/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710394806.jpg)
Delhi Fire
ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୨ଶିଶୁଙ୍କ ସମେତ ୪ଜଣ ଜୀବନ୍ତଦଗ୍ଧ। ଆଜି ଭୋରରୁ ଗୀତା କଲୋନୀର ଶାସ୍ତ୍ରୀନଗରରେ ଥିବା ଏକ ଚାରି ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। । ନିଆଁର ପ୍ରକୋପ ଏତେ ଥିଲା ଯେ ଘରେ ଥିବା ଲୋକ ବାହାରକୁ ଆସିବା ପୂର୍ବରୁ ନିଆଁ ମାଡି ଯାଇଥିଲା।
ଏଥିରେ ୪ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ୩୦ବର୍ଷୀୟ ମନୋଜ, ତାଙ୍କ ପତ୍ନୀ ସୁମନ ଓ ଦୁଇଜଣ ଶିଶୁ। ମନୋଜ ତାଙ୍କ ପରିବାର ସହିତ ତଳ ମହଲାରେ ରହୁଥିଲେ। ଏଠାରୁ ନିଆଁ ବ୍ୟାପିବା ଆରମ୍ଭ ହୋଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ପାର୍କିଂ ସ୍ଥାନରେ ରଖାଯାଇଥିବା ୪ଟି ଗାଡି ସଂପୂର୍ଣ୍ଣ ପୋଡ଼ି ଯାଇଛି। ଅଗ୍ନିଶମବାହିନୀ ୯ ଜଣଙ୍କୁ ଉଦ୍ଧାର କରିଥିଲା। ଏଥିରେ ଚାରିଜଣ ମହିଳା, ଦୁଇ ଶିଶୁ ଏବଂ ତିନି ଜଣ ପୁରୁଷ ଅଛନ୍ତି। ସମସ୍ତଙ୍କୁ ଡାକ୍ତର ହେଡଗେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କର ଅବସ୍ଥା ସଂକଟାପନ୍ନ ରହିଛି।
ଅଧିକ ପଢ଼ନ୍ତୁ: ଚୀନରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ; ଜଣେ ଜୀବନ୍ତ ଦଗ୍ଧ, ଜଳିଗଲା କାର୍ ସହ କୋଠା
Delhi: शास्त्री नगर में चार मंजिला मकान में लगी भीषण आग, नौ लोग फंसे#delhifirepic.twitter.com/qWzGNYpi9I
— Abhishek Tiwari (@abhishe_tiwary) March 14, 2024
ନିଆଁ ଲିଭା ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୋର ପ୍ରାୟ ୫ଟା ୨୦ରେ ନିଆଁ ଲାଗିଥିବା ଖବର ମିଳିଥିଲା। ଗୀତା କଲେନୀ ନିକଟସ୍ଥ ଶାସ୍ତ୍ରୀ ନଗରରେ ଏକ ବଡ଼ ଅଗ୍ନିକାଣ୍ଡ ସମ୍ପର୍କରେ ଫୋନ କଲ୍ ଆସିଥିଲା। ଘଟଣାସ୍ଥଳରେ ତୁରନ୍ତ ପୋଲିସ, ୪ଟି ଅଗ୍ନିଶମ ବାହିନୀ ଗାଡ଼ି, ପିସିଆର ଓ ଆମ୍ୱୁଲାନ୍ସ ପହଞ୍ଚିଥିଲା। ବିଲ୍ଡିଂଟି ଚାରି ମହଲା ବିଶିଷ୍ଟ ଥିଲା। ତଳେ ପାର୍କିଂର ସୁବିଧା ଥିଲା।
ପାର୍କିଂରେ ପ୍ରଥମେ ନିଆଁ ଲାଗିଥିଲା। ସେଠାରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା। ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, "ରାସ୍ତାଟି ସଂକୀର୍ଣ୍ଣ ହୋଇଥିଲେ ମଧ୍ୟ ଅଗ୍ନିଶମ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।"ତେବେ ଏଯାଏ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଭାବେ ଜଣା ପଡିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)