• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆନ୍ଧ୍ର ପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଏକ ମନ୍ଦିରରେ ଅଘଟଣ ଘଟିଛି । ପଶ୍ଚିମ ଗୋଦାବରୀର ବେଣୁଗୋପାଳସ୍ୱାମୀ ମନ୍ଦିରରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ମନ୍ଦିର ପରିସରରେ ଥିବା ଅସ୍ଥାୟୀ ଛାଉଣୀରେ ନିଆଁ ଲାଗି ଯିବା ଫଳରେ ପୂରା ମନ୍ଦିରକୁ ନିଆଁ ବ୍ୟାପିଯାଇଛି ।

ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି । ମିଳିଥିବା ସୂଚନା ମୁତାବକ, ମନ୍ଦିର ଭିତରେ ହୋମ ଚାଲିଥିଲା । ହୋମ ହେବା ସମୟରେ ହୋଇଥିବା ଅସ୍ଥାୟୀ ଛାଉଣୀରେ ନିଆଁ ଲାଗିଯାଇଥିଲା ।

ଅଧିକ ପଢ଼ନ୍ତୁ: ରାମ ନବମୀରେ ମନ୍ଦିରରେ ବଡ଼ ଅଘଟଣ: ଧାର୍ମିକ କାର୍ଯ୍ୟକ୍ରମ ବେଳେ ଭୁଶୁଡ଼ିଲା କୂଅର ଛାତ

ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ ସଙ୍ଗେ ସଙ୍ଗେ ସବୁ କିଛି ଜଳିଯାଇଥିଲା । ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ଅଧିକାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ମନ୍ଦିର ଭିତରେ ବଡ଼ ଧରଣର ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଛାଉଣିରେ ନିଆଁଲାଗି ଖଣ୍ଡ ଖଣ୍ଡ ହୋଇ ନିଆଁ ତଳକୁ ପଡ଼ୁଛି ।

ଅଗ୍ନିକାଣ୍ଡ ସ୍ଥଳରେ କିଛି ଲୋକ ନିଆଁ ଲିଭାଇବାକୁ ଚିତ୍କାର କରୁଛନ୍ତି । ତେବେ ଏହି ଅଘଟଣରେ କୌଣସି ବ୍ୟକ୍ତି ଆହତ ହୋଇଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ । ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇନାହିଁ । ଆଜି ରାମନବମୀ ଥିବାରୁ ଉତ୍ସବମୁଖର ଥିଲା ଗୋଦାବରୀର ବେଣୁଗୋପାଳସ୍ୱାମୀ ମନ୍ଦିର । ମନ୍ଦିରରେ ହୋମ ହେବାବେଳେ ଏପରି ଅଘଟଣ ଘଟିଛି ।