/odishatv-khabar/media/post_attachments/uploadimage/library/16_9/16_9_0/s_1680166823.jpg)
Devotees Fall Into Stepwell At Indore Temple On The Occasion Of Ram Navami
ରାମ ନବମୀରେ ବଡ଼ ଅଘଟଣ। ମନ୍ଦିରରେ ଥିବା କୂଅର ଛାତ ଭୁଶୁଡ଼ି ପଡ଼ିବା ଯୋଗୁ ୨୫ରୁ ଅଧିକ ଶ୍ରଦ୍ଧାଳୁ ଏହା ମଧ୍ୟକୁ ଖସି ପଡ଼ିଥିଲେ। ମଧ୍ୟପ୍ରଦେଶର ଇନ୍ଦୋରରେ ଏହି ଅଘଟଣ ଘଟିଛି। ସ୍ନେହ ନଗର ନିକଟରେ ଥିବା ପଟେଲ ନଗର ସ୍ଥିତ ଶ୍ରୀ ବେଲେଶ୍ୱର ମହାଦେବ ଝୁଲେଲାଲ୍ ମନ୍ଦିରରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଧାର୍ମିକ କାର୍ଯ୍ୟକ୍ରମ ବେଳେ ମନ୍ଦିରରେ ଥିବା ପୁରୁଣା କୂଅର ଛାତ ଉପରେ ଶ୍ରଦ୍ଧାଳୁମାନେ ଛିଡ଼ା ହୋଇଥିଲେ। ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁ କୂଅ ଉପରେ ପଡ଼ିଥିବା ଛାତ ଭାର ସମ୍ଭାଳି ନପାରି ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହା ଉପରେ ଛିଡ଼ା ହୋଇଥିବା ଶ୍ରଦ୍ଧାଳୁ କୂଅ ମଧ୍ୟକୁ ଖସି ପଡ଼ିଥିଲେ। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଇନ୍ଦୋର ଜିଲ୍ଲାପାଳ ଓ କମିଶନରଙ୍କ ସହ ଫୋନ୍ରେ କଥା ହୋଇ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ରାମ ନବମୀରେ ଅଘଟଣ; ହୁତୁହୁତୁ ହୋଇ ଜଳିଗଲା ବେଣୁଗୋପାଳସ୍ୱାମୀ ମନ୍ଦିର
मध्य प्रदेश: इंदौर के पटेल नगर इलाके में झूलेलाल मंदिर की बावड़ी गिरने से कई लोगों के फंसे होने की आशंका है। अधिक जानकारी की प्रतीक्षा है। pic.twitter.com/sznYKWsjtf
— ANI_HindiNews (@AHindinews) March 30, 2023
ଅନ୍ୟପକ୍ଷେ, ଆନ୍ଧ୍ର ପ୍ରଦେଶର ଏକ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପଶ୍ଚିମ ଗୋଦାବରୀ ଜିଲ୍ଲା ବେଣୁଗୋପାଳସ୍ୱାମୀ ମନ୍ଦିର ଜଳି ଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ଲେଖାଯିବା ସୁଦ୍ଧା କ୍ଷତିକ୍ଷତି ନେଇ ସୂଚନା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)