• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁଣ୍ଡ ନେଉଛି ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟି । ତ୍ରୁଟିପୂର୍ଣ୍ଣ ନିର୍ମାଣ ଶୈଳୀ ଯୋଗୁଁ ଗୋଟିଏ ପରେ ଗୋଟିଏ ଜୀବନ ହାନି ହେଉଥବା ଅଭିଯୋଗ ହୋଇଛି । ସରକାରୀ ତଥ୍ୟ ଅନୁସାରେ ଗତ ୮ ମାସରେ ଘଟିଥିବା ଦୁର୍ଘଟଣାରେ ୬ଜଣଙ୍କ ଜୀବନ ଯାଇଛି । ତେବେ ୨ ଦିନ ବ୍ୟବଧାନରେ ସମାନ ସ୍ଥାନରେ ଘଟିଥିବା ୩ଟି ବଡ ଦୁର୍ଘଟଣା ସମସ୍ତଙ୍କ ଚକିତ କରିଛି । ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।...

କୋଇଡାରୁ ଲହୁଣୀପଡା ଓ ଲହୁଣୀପଡାରୁ ରାଉରକେଲାକୁ ସଂଯୋଗ କରୁଛି ୨୧୫/୫୨୦ ରାଜପଥ ଚୁନାଘାଟିର ରାସ୍ତା । ରାତି ପାହିଲେ ଶହ ଶହ ଲୁହାପଠର ବୋଝେଇ ଟ୍ରକ ଏଇ ବାଟ ଦେଇଯାଏ । ହେଲେ ଘାଟି ରାସ୍ତା ବିପଦପୂର୍ଣ୍ଣ ହୋଇଥିବାରୁ ପ୍ରତିଦିନ ଘଟିଥାଏ ଦୁର୍ଘଟଣା । ଦୁର୍ଘଟଣା ଯେମିତି ଏ ରାସ୍ତାରେ ନିତିଦିନିଆ ଘଟଣା । ତେବେ ୨ ଦିନ ମଧ୍ୟରେ ୩ ବଡ ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଛି ।

ସରକାରୀ ତଥ୍ୟ ଅନୁସାରେ ୨୦୨୩ ପହିଲାରୁ ଏ ରାସ୍ତାରେ ଦୁର୍ଘଟଣାରେ ଗଲାଣି ୬ ଜୀବନ । ତେବେ ବେସରକାରୀ ଭାବେ ମୃତାହତଙ୍କ ସଂଖ୍ୟା ବହୁ ଅଧିକ ବୋଲି ଅଭିଯୋଗ ହୋଇଛି । ଦୁର୍ଘଟଣା ପାଇଁ ଘାଟି ରାସ୍ତାର ନିର୍ମାଣ ଶୈଳୀକୁ ସ୍ଥାନୀୟ ଲୋକ ଦାୟୀ କରୁଥିବା ବେଳେ ଅନେକ ସମୟରେ ବ୍ରେକ ଫେଲ ପାଇଁ ଦୁର୍ଘଟଣା ଘଟୁଥିବା କହିଛନ୍ତି ଚାଳକ । ତେବେ NHAI ଅଭିଯୋଗକୁ ଖଣ୍ଡନ କରିବା ସହ ଗାଡ଼ି ଚାଳକଙ୍କ ଉପରେ ଦୋଷ ଲଦିଛନ୍ତି ।...