Advertisment

ଆଖି ପିଛୁଳାକେ ଅଘଟଣ: ବସ୍ ଧକ୍କାରେ ଆଗପଛ ହୋଇ ଚାଲିଗଲେ ବାପା ଓ ଦୁଇ ଝିଅ

ଦ୍ରୁତ ଗତି ମହାବିପତ୍ତି। ଦୁର୍ଘଟଣା ଏଡାଇବାକୁ ପରିବହନ ବିଭାଗ କେତେ କଣ ସଚେତନ କରୁଛି। କଟକଣା ଲଗାଉଛି, ଜୋରିମାନା ବି ଆଦାୟ ହେଉଛି। ହେଲେ ଡ୍ରାଇଭରଙ୍କ ଅବହେଳା ଆଜି ଗୋଟିଏ ପରିବାରକୁ ସର୍ବସ୍ବାନ୍ତ କରିଦେଇଛି।

ଅଦ୍ୟତନ ହୋଇଛି
Bus Accident

Bus Accident

Advertisment

ଆଖି ପିଛୁଳାକେ ବିରାଟ ଅଘଟଣ। ସାମାନ୍ୟ ଅସାବଧାନତାରୁ ଚାଲିଗଲା ତିନି ତିନିଟି ଅମୂଲ୍ୟ ଜୀବନ। ବସ୍ ଧକ୍କାରେ ଆଗପଛ ହୋଇ ଚାଲିଗଲେ ବାପା ଓ ଦୁଇ ଝିଅ। ଆଜି ବଲାଙ୍ଗିର ପୁଇଁତଳାରେ ଘଟିଥିବା ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଗୋଟିଏ ପରିବାର ୩ ଜଣଙ୍କ ଅକାଳ ବିୟୋଗ ପରେ ଏ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Advertisment

ସମୟ- ସକାଳ ପ୍ରାୟ ୮ଟା। ବଲାଙ୍ଗୀରର ପୁଇଁତଲା। ବାଇକରେ ଦୁଇ ଝିଅ ଶିଖା ଓ ରେଖାଙ୍କୁ ନେଇ ବ୍ଲକ୍ ଅଫିସ ବାହାରି ଥିଲେ। ବ୍ରାହ୍ମଣପାଲି ଗାଁର ବୀଣାପାଣି ପାଣ୍ଡେ। ବ୍ଲକ୍ କାର୍ଯ୍ୟାଳୟ ଆଉ କିଲୋମିଟରରୁ କମ୍ ବାଟ ଥିଲା। ଗାଇଁତଲା ଛକ ଅତିକ୍ରମ କରିବା ବେଳେ ହଠାତ୍ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ବାଇକକୁ ଧକ୍କା ଦେଇଥିଲା। ଗାଡିରୁ ଛିଟିକି ପଡିଥିଲେ ସମସ୍ତେ। ବାପା ବୀଣାପାଣି ଓ ଝିଅ ଶିଖା ଘଟଣାସ୍ଥଳରେ ପଡିଥିବା ବେଳେ ସାନ ଭଉଣୀ ରେଖାଙ୍କୁ ଘୋଷାଡି ନେଇଥିଲା ବସ୍।

ପାଖାପାଖି ଅଧ କିଲୋମିଟର ଯାଏଁ ବସ୍ ସହ ଘୋଷାଡି ହୋଇ ଯିବା ପରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ରେଖା। ଗୁରୁତର ଅବସ୍ଥାରେ ବାପ-ଝିଅଙ୍କୁ ପ୍ରଥମେ ବଲାଙ୍ଗୀର ମେଡିକାଲ, ପରେ ବୁର୍ଲା ନିଆଯାଇଥିଲା। ହେଲେ ସେମାନେ ବି ଆଖି ବୁଜି ଦେଇଥିଲେ। ବାପା ବୀଣାପାଣିଙ୍କ ବୟସ ପାଖାପାଖି ୫୫। ତାଙ୍କର ୪ ଝିଅ। ୧୭ ବର୍ଷିୟା ଶିଖା ଓ ୧୪ ବର୍ଷୀୟ ରେଖା ଦୁଇ ମଝିଆ ଭଉଣୀ। ଉଭୟଙ୍କ ଆଧାର କାର୍ଡ ଅପଡେଟ୍ ପାଇଁ ଆଜି ସେମାନଙ୍କୁ ବ୍ଲକ୍ ଅଫିସ ନେଉଥିଲେ ବୀଣାପାଣି। ହେଲେ ଅଧା ରହିଯାଇଛି ଆଧାରକାର୍ଡ ଅପଡେଟ୍‌।

Advertisment

ଗୋଟିଏ ଦୁର୍ଘଟଣା ତିନି ତିନି ଜଣଙ୍କ ଜୀବନ ନେଇଯାଇଛି। ସେପଟେ ଦୁର୍ଘଟଣା ଘଟାଇଥିବା ବସକୁ ଅଟକ ରଖିଥିଲେ ଉତ୍ତ୍ୟକ୍ତ ଲୋକେ। ଜଳାପୋଡା କରିବା ସହ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିଲେ। ପୋଲିସ ବସକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି।

ଦ୍ରୁତ ଗତି ମହାବିପତ୍ତି। ଦୁର୍ଘଟଣା ଏଡାଇବାକୁ ପରିବହନ ବିଭାଗ କେତେ କଣ ସଚେତନ କରୁଛି। କଟକଣା ଲଗାଉଛି, ଜୋରିମାନା ବି ଆଦାୟ ହେଉଛି। ହେଲେ ଡ୍ରାଇଭରଙ୍କ ଅବହେଳା ଆଜି ଗୋଟିଏ ପରିବାରକୁ ସର୍ବସ୍ବାନ୍ତ କରିଦେଇଛି। 

Advertisment

Bus Accident Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ