/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704253632.jpg)
Blast In Hi Tech Hospital
ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ମୃତକଙ୍କ ନାଁ ଶ୍ରୀତମ ସାହୁ ଏବଂ ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗର ଚାଇଁପୁର ଗାଁରେ। ଶ୍ରୀତମଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଗତ ରାତିରେ ମୃତ୍ୟୁବରଣ କରିଥିବା ଶ୍ରୀତମ ସାହୁଙ୍କ ପରିବାରରେ କାନ୍ଦ ବୋବାଳି ପଡ଼ିଛି । ପରିବାରରରେ ଏକମାତ୍ର ରୋଜଗାରିଆ ପୁଅ ଥିଲେ ଶ୍ରୀତମ। ଏବେ ତାଙ୍କ ବିନା ପରିବାର କିଭଳି ଚଳିବ ସେକଥା କହିବା ବେଳେ କୋହ ସମ୍ଭାଳି ପାରୁନାହାନ୍ତି ଶ୍ରୀତମଙ୍କ ବାପା। ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣରେ ୪ ଜଣ ଆହତ ହୋଇଥିଲେ। ତେବେ ଏହି ବିସ୍ଫୋରଣର ଦୁଇ ଦିନ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏବେ ବି ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ ଡିସେମ୍ବର ୨୯ରେ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ହୋଇଥିଲା। ହସ୍ପିଟାଲ ପରିସରରେ ଏସି ଗ୍ୟାସ୍ ଫିଲିଂ କରାଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)