/odishatv-khabar/media/post_attachments/uploadimage/library/16_9/16_9_0/Accident_1703645997.jpg)
Accident
ଟ୍ରକ୍ ଧକ୍କାରେ ଦନ୍ତା ହାତୀ ମୃତ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅଧୀନସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଣ୍ଟାବାହାଳ ଛକ ପାଖରେ ଅଘଟଣ । ଏକ ଲୁହା ବୋଝେଇ ୧୨ ଚକିଆ ଟ୍ରକ ଧକ୍କା ଦେବା ଫଳରେ, ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଟ୍ରକଟି କେନ୍ଦୁଝର ଆଡ଼ୁ ପାଲଲହଡ଼ା ଅଭିମୁଖେ ଯାଉଥିବା ବେଳେ ଦନ୍ତାଟି ରାସ୍ତା ପାରି ହେଉଥିଲା । ଟ୍ରକ୍ ଧକ୍କାରେ ଆହତ ହୋଇ ହାତୀଟି ରାଜପଥ ତଳେ ଥିବା ଏକ ଜମିକୁ ଖସି ପଡ଼ିଥିଲା । କିଛି ସମୟ ପରେ ହାତୀର ମୃତ୍ୟୁ ହୋଇଥିଲା।
ତେବେ ଏହି ଘଟଣା ପରେ ଟ୍ରକ୍ ଡ୍ରାଇଭରକୁ ବନ ବିଭାଗ ଅଟକ ରଖିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ବନବିଭାଗ ହାତୀକୁ ଘଉଡ଼ାଇବା ବେଳେ ଏପରି ଅଘଟଣ ଘଟିଥିବା ଅଭିଯୋଗ କରିଛି ଟ୍ରକ୍ ଡ୍ରାଇଭର୍ । ସେପଟେ ରାଜପଥର ଯେଉଁ ସ୍ଥାନରେ ହାତୀ ଅତିକ୍ରମ କରୁଛନ୍ତି ସେହି ସ୍ଥାନରେ ଗାଡ଼ି ଗୁଡିକ ଅଳ୍ପ ବେଗରେ ଯିବେ ତାହାର ବ୍ୟବସ୍ଥା କରାଯିବ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ କହିଛନ୍ତି ।
ସେପଟେ ନୟାଗଡ଼ ରଣପୁର ବନାଞ୍ଚଳରେ ଆହତ ହାତୀର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀଟିର ମୃତ୍ୟୁ ଘଟିଛି। ହାତୀର ଗୋଡ଼ରେ ଆଘାତ ଲାଗିଥିଲା। ଗତ ୩ ଦିନ ହେବ ଦନ୍ତା ହାତୀର ଚିକିତ୍ସା ଚାଲିଥିଲା। ନନ୍ଦନକାନନର ଏକ ବିଶେଷଜ୍ଞ ଟିମ୍ ହାତୀଟିର ଚିକିତ୍ସା କରୁଥିଲେ। ଆଜି ଭୋରରେ ହାତୀର ମୃତ୍ୟୁ ହୋଇଛି। କିଛିଦିନ ତଳେ ହାତୀଟି ଜଙ୍ଗଲରେ ଛୋଟେଇ ଛୋଟେଇ ଚାଲୁଥିବା ବେଳେ ଗ୍ରାମବାସୀମାନେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ପରେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ଚିକିତ୍ସା କରୁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)