Advertisment

Accident In Odisha: ତିନି ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ, ୯ଜଣ ଗୁରୁତର...

କଣ୍ଟେନର ଧକ୍କାରେ ଚୂର୍ ମାର ହୋଇଗଲା ଘର । ବରଗଡ଼ ସଦର ଥାନା ତୁରୁଙ୍ଗା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

Accident In Odisha

Accident In Odisha

Advertisment

କଣ୍ଟେନର ଧକ୍କାରେ ଚୂର୍ ମାର ହୋଇଗଲା ଘର । ବରଗଡ଼ ସଦର ଥାନା ତୁରୁଙ୍ଗା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅମ୍ବିକା ତାଣ୍ଡି ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଓ ବୋହୁ ଗୁରୁତର ହୋଇଛନ୍ତି।  କଣ୍ଟେନରଟି ଭାରସାମ୍ୟ ହରାଇ ଏକ ଘର ଭିତରକୁ ପଶିଯାଇଥିଲା। ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି l 

Advertisment

ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ସୋହେଲା-ଛତିଶଗଡ଼ ରାସ୍ତା ଅବରୋଧ କରିଥିଲେ। ପରେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। କଣ୍ଟେନରଟି ରାୟପୁରରୁ ବରଗଡ଼ ଅଭିମୁଖେ ଆସୁଥିଲା। ପୁଲିସ ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ଜବତ କରିବା ସହ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

ଅଧିକ ପଢନ୍ତୁ: ରାଜଧାନୀର ଛାତି ଉପରେ କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂ! ୩ ଗିରଫ, ଘାଣ୍ଟୁଛି ସିବିଆଇ

Advertisment

ଅନ୍ୟପଟେ ପାରାଦୀପ ଉପକଣ୍ଠ ଫତେପୁର-ତ୍ରିଲୋଚନପୁର ରାସ୍ତାରେ ଦୁର୍ଘଟଣା। ୩ଟି ବାଇକକୁ ଏକ ସଙ୍ଗେ ପଛରୁ ପିଟି ଖାଲକୁ ଖସିପଡିଲା ବୋଲେରୋ। ଦୁର୍ଘଟଣାରେ ୬ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ବୋଲେରୋ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ, କୁଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସେପଟେ ଅନୁଗୁଳ ସଦରଥାନା ବେନ୍ତପୁରରେ ଘଟିଥିବା ସଡ଼କ ଦୁର୍ଘଟଣା ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ବଅଁରପାଳ ଥାନା ତୁଳସୀପୁରର ରାଜେନ୍ଦ୍ର ସାହୁ । ରାଜେନ୍ଦ୍ରଙ୍କ ଭାଇ ଜିତେନ୍ଦ୍ର ସାହୁ ଗୁରୁତର ଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

Advertisment

ବେନ୍ତପୁର ଓଭରବ୍ରିଜ ନିକଟରେ ଏକ ହାଇୱା ଛିଡ଼ା ହୋଇଥିବା ବେଳେ, ବାଇକରେ ଫେରୁଥିବା ଦୁଇଭାଇ ହାଇୱାକୁ ପଛପଟୁ ଧକ୍କା ଦେଇଥିଲେ ।  ଖବର ପାଇ ପରିବାର ଲୋକ ଏବଂ ସ୍ଥାନୀୟ ଲେକେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ରାଜେନ୍ଦ୍ରଙ୍କ ମୃତ୍ୟୁ ହେଇଥିବା ବେଳେ ଭାଇ ଜିତେନ୍ଦ୍ରଙ୍କ ଚିକିତ୍ସା ଚାଲିଛି ।

ଅଧିକ ପଢନ୍ତୁ: ଆଶିଷଙ୍କ ପରେ କେନ୍ଦ୍ରୀୟ ଡେପୁଟେସନରେ IPS ଡି.ଏସ୍‌ କୁଟ୍ଟେ

Odisha News Accident Accident In Odisha Odia News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ