/odishatv-khabar/media/post_attachments/uploadimage/library/16_9/16_9_0/Accident_1749126379.jpg)
Accident
ଘଣ୍ଟାକୁ ୧୦୦ କିଲୋମିଟର ବେଗରେ ଥିଲା କାର୍ । ଗୁଟଖା ଛେପ ପକାଇବାକୁ ହଠାତ୍ ଡ୍ରାଇଭର୍ ଖୋଲିଦେଲା ଡୋର୍ । ନିୟନ୍ତ୍ରଣ ହରାଇ ଗାଡିଟି ଓଲଟି ପଡିଲା । ଆଖି ପିଛୁଳାକେ ଚାଲିଗଲା ଜୀବନ । ଏହି ଘଟଣା ଘଟିଛି ଛତିଶଗଡର ବିଳାସପୁରରେ । ଜଣେ ଡ୍ରାଇଭରଙ୍କ ଅପରିଣାମଦର୍ଶିତା ପାଇଁ ଚାଲିଯାଇଛି ଜଣେ ବ୍ୟବସାୟୀଙ୍କ ଜୀବନ । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ପୋଲିସର କହିବା ଅନୁଯାୟୀ, ପ୍ରାଣ ହରାଇଥିବା ବ୍ୟବସାୟୀଙ୍କ ନାଁ ଜକି ଗହି । ତାଙ୍କ ବୟସ ୩୧ ବର୍ଷ । ଗତ ରବିବାର ଦିନ ଜକି ଏକ ଲେଟ୍ ନାଇଟ୍ ପାର୍ଟିରେ ଯୋଗ ଦେଇଥିଲେ । ଏହି ପାର୍ଟି ପରେ ସେ ସେଠାରୁ ଯିବା ପାଇଁ ତାଙ୍କର ବନ୍ଧୁ ଆକାଶ ଚନ୍ଦାନୀଙ୍କୁ ଡାକିଥିଲେ । ଆକାଶ ତାଙ୍କର ଜଣେ ବନ୍ଧୁ ପଙ୍କଜ ଛାବ୍ରାଙ୍କୁ ସାଙ୍ଗରେ ଧରି ସେଠାରେ ପହଞ୍ଚି ଥିଲେ । ଆକାଶ କାର୍ ଡ୍ରାଇଭ୍ କରିଥିଲେ । ପଙ୍କଜ ଆଗ ସିଟରେ ବସିଥିଲେ । ପଛରେ ବସିଥିଲେ ଜକି ।
ବାଳାସପୁର- ରାୟପୁର ହାଇୱେରେ ଚାଲିଥିଲା ଗାଡି । ସ୍ପିଡ୍ ଥିଲା ଘଣ୍ଟାକୁ ପ୍ରାୟ ୧୦୦ କିଲୋମିଟର । ଡ୍ରାଇଭିଂ କଲାବେଳେ ଆକାଶ ପାଟିରେ ଗୁଟଖା ରଖିଥିଲେ । ଗାଡି ଦ୍ରୁତଗତିରେ ଯାଉଥିବା ବେଳେ ଛେପ ପକାଇବା ପାଇଁ ଆକାଶ କାରର ଡୋର୍ ଖୋଲି ଦେଇଥିଲେ । ଡୋର୍ ଖୋଲିବା ମାତ୍ରେ ତାଙ୍କ ନିୟନ୍ତ୍ରଣ ବାହରକୁ ଚାଲିଯାଇଥିଲା କାର୍ । ସେ ଚାହିଁଲେ ବି କାରକୁ ଅଟକାଇ ପାରିନଥିଲେ । ଡିଭାଇଡରରେ ପିଟି ହୋଇ କାରଟି ପଲଟି ମାରିଥିଲା । ଗଡି ଗଡି ଆଗରେ ଏଟକି ଥିଲା । ଏହାର ପ୍ରଭାବ ଏତେ ଜୋର୍ ଥିଲା ଯେ, କାରରେ ଥିବା ତିନି ଜଣଯାକ କାରରୁ ଛିଟିକି ଯାଇ ବାହାରେ ପଡିଥିଲେ । ଜକି ଗୋଟିଏ ଲୁହା ଖୁଣ୍ଟରେ ପିଟି ହୋଇଯାଇଥିଲେ । ତାଙ୍କ ମୁଣ୍ଡ, ଛାତି ଓ କାନ୍ଧରେ ଆଘାତ ଲାଗିଥିଲା । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା ।
ଅଧିକ ପଢ଼ନ୍ତୁ: ବର୍ଷା ରାତିର ବାରଣ ମାନିଲାନି ଡ୍ରାଇଭର,କାଳ ସାଜିଲା ଦୁର୍ଗମ ରାସ୍ତା
ଆକାଶ ଓ ପଙ୍କଜ କିଛି ଦୂରରେ ଭୂଇଁରେ ପଡିଥିଲେ । ଦୁଇ ଜଣ ଯାକ ଗୁରୁତର ଆହତ ହୋଇଛନ୍ତି । ଦ୍ରୁତ ଗତିରେ ଥିବା କାରଟି ଆଗକୁ ଯାଇ ଆଉ ଏକ ଗାଡିକୁ ଧକ୍କା ଦେଇଥିଲା । ତିନି ଚାରି ଗଡା ଦେଇ ରାସ୍ତାରେ ଆଉ ଏକ ଗାଡିକୁ ଧକ୍କା ଦେଇ ଅଟକିଥିଲା । ଛିଡା ହୋଇଥିବା କାରର ଡ୍ରାଇଭର ମଧ୍ୟ ଏଥିରେ ଆହତ ହୋଇଛନ୍ତି ।
ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ୍ ପୋଲିସ ଜବତ କରିଛି । ଏହି ଦୁର୍ଘଟଣାରେ ଆହତ ଦୁଇ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)