Advertisment

ସାମ୍ନାରୁ ଧକ୍କା ଦେଲା ଗାଡ଼ି, ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର...

ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର। କୋଇଲା ବୋଝେଇ ଟ୍ରକ୍‌ ଏବଂ ମିନି ଟ୍ରକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଯୋଗୁ ମିନି ଟ୍ରକ୍‌ ଜଳି ଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sambalpur Truck Accident

Driver of a mini truck charred to death in a fire mishap

ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଡକୁଣ୍ଡେସରା ଠାରେ କୋଇଲା ବୋଝେଇ ଟ୍ରକ୍‌ ଏବଂ ମିନି ଟ୍ରକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଯୋଗୁ ମିନି ଟ୍ରକ୍‌ ଜଳି ଯାଇଛି। ଏଥିରେ ମିନି ଟ୍ରକ୍‌ର ଡ୍ରାଇଭର ଜୀଅନ୍ତା ଜଳି ଯାଇଥିବା ବେଳେ ହେଲ୍‌ପର୍‌ ଗୁରୁତର ଅଛନ୍ତି। 

Advertisment

ଗୁରୁତର ଅବସ୍ଥାରେ ହେଲ୍‌ପର୍‌ଙ୍କୁ ସମ୍ବଲପୁର ସ୍ଥାନାନ୍ତର କରାଯାଇଛି। ତେବେ ମିନି ଟ୍ରକ୍‌କୁ ସାମ୍ନା ପଟୁ ଧକ୍କା ଦେଇଥିବା କୋଇଲା ବୋଝେଇ ଟ୍ରକ୍‌ର ଡ୍ରାଇଭର ଫେରାର ଅଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନି। ମିନି ଟ୍ରକ୍‌ରେ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଛି।

Advertisment
Truck Accident Accident
Advertisment
Advertisment