/odishatv-khabar/media/post_attachments/uploadimage/library/16_9/16_9_0/s_1683945256.jpg)
cracker blast at Jagatsinghpur Sarala temple
ଜଗତସିଂହପୁରର ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ ଘଟିଛି। ବାଣ ଫୁଟି ୮ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୪ ଶିଶୁ ଓ ୨ ପୋଲିସ କର୍ମଚାରୀ ଥିବା ସୂଚନା ମିଳିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଅଘଟଣ ଘଟିଛି।
ସୂଚନା ଅନୁସାରେ, ଚନ୍ଦନ ଯାତ୍ରା ଚାଲି ଥିବାବେଳେ ଏହି ସମୟରେ ବାଣୁଆ ବାଣ ଫୁଟାଉଥିଲା। ଦୁର୍ଭାଗ୍ୟବଶତଃ, ବାଣ ନିଆଁ ଛିଟିକି ବାଣ ଗଦା ଉପରେ ପଡ଼ିବାରୁ ଜୋରରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଫଳରେ ସେଠାରେ ଉପସ୍ଥିତ କିଛି ଲୋକଙ୍କ ଉପରେ ନିଆଁ ପଡ଼ିବାରୁ ସେମାନେ ଗୁରୁତର ହୋଇଛନ୍ତି। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
୮ ଜଣ ଗୁରୁତରଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ SCBକୁ ସ୍ଥାନାନ୍ତର କରାଯାଇଛି। କଟକ ସ୍ଥାନାନ୍ତର ହୋଇଥିବା ୫ ଗୁରୁତରଙ୍କ ମଧ୍ୟରେ ୨ ଜଣ ପୁରୁଷ, ଜଣେ ମହିଳା, ଜଣେ ନାବାଳକ ଓ ନାବାଳିକା ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)