Advertisment

Palalhada Bus Accident: ପାଲଲହଡା ବସ୍ ଦୁର୍ଘଟଣା: କାଳ ସାଜିଲା କି ବେପରୱା ଡ୍ରାଇଭିଂ ? ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ...

କେମିତି ଓ କେଉଁ ପରିସ୍ଥିତିରେ ଓଲଟିଲା OSRTC ବସ୍। ଆରଟିଓ ଏବଂ ପୋଲିସ ମିଳିତ ତଦନ୍ତ କରୁଛିନ୍ତି। ପ୍ରାଥମିକ ତଦନ୍ତରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତି।

Palalhada Bus Accident

Palalhada Bus Accident

Advertisment

ପାଲଲହଡା ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା । ଘଟଣାରେ ଦୁଃଖ ପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୃତକଙ୍କ ପରିବାରକୁ ୨ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନୁଗୁଳ ଜିଲ୍ଲା ସମଲ ଥାନା ଅଞ୍ଚଳରେ OSRTC ବସ୍ ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଛି। ଆହତ ହୋଇଛନ୍ତି ୩୧ ଜଣ ଯାତ୍ରୀ । 

Advertisment

ସମଲ ଥାନା ଗହମ ସେବାଶ୍ରମ ପାଖରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଥିଲା OSRTC ବସ୍ । ସ୍ଥାନୀୟ ଲୋକ, ପୋଲିସ ସହାୟତାରେ ଆହତଙ୍କୁ ଉଦ୍ଧାର କରି ଗୋଡିବନ୍ଧ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ୯ ଜଣ ଗୁରୁତରଙ୍କୁ ସ୍ଥାନାନ୍ତର କରାଯାଇଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ସାମାନ୍ୟରୁ ମଧ୍ୟମ ଧରଣର ଆହତ ହୋଇଥିବା ୬ ଯାତ୍ରୀ ତାଳଚେର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବାକି ଆହତଂକୁ ପ୍ରାଥମିକ ଚିକିତ୍ସା ପାଇଁ ଡିସଚାର୍ଜ କରାଯାଇଥିବା ଅନୁଗୋଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସମସ୍ତଙ୍କ ଚିକିତ୍ସା ମାଗଣାରେ କରାଯିବ ।

ଅଧିକ ପଢ଼ନ୍ତୁ: ବ୍ରିଜ୍ ଉପରୁ ଖସିପଡ଼ିଲା ଟ୍ରକ୍; ୪ ଘଣ୍ଟା ଫସିରହିଲେ ଡ୍ରାଇଭର୍-ହେଲପର୍

Advertisment

ତେବେ କେମିତି ଓ କେଉଁ ପରିସ୍ଥିତିରେ ଓଲଟିଲା OSRTC ବସ୍। ଆରଟିଓ ଏବଂ ପୋଲିସ ମିଳିତ ତଦନ୍ତ କରୁଛିନ୍ତି। ପ୍ରାଥମିକ ତଦନ୍ତରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତି। ଦୁର୍ଘଟଣା ପରେ ଫେରାର୍ ଅଛି ବସ୍ ଡ୍ରାଇଭର। ତାକୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି। ବସଟି ବାରିପଦାରୁ ଆସୁଥିଲା ଅନୁଗୋଳ। ଏତିକିବେଳେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ବସ୍ ଭିତରେ ପ୍ରାୟ ୫୫ରୁ ୬୦ ଯାତ୍ରୀ ଥିଲେ। ବର୍ତ୍ତମାନ ସୁଦ୍ଧା ୨ ମୃତକଙ୍କ ଭିତରୁ ଜଣଙ୍କର ପରିଚୟ ମିଳିଛି। ତାଙ୍କ ଘର ଝାଡ଼ଖଣ୍ଡରେ। ଆଉ ଜଣଙ୍କର ପରିଚୟ ମିଳିପାରିନାହିଁ।

ସେପଟେ କଟକ ବାଙ୍କୀ ମାଳବିହାରୀପୁର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ। ବିନା ଅନୁମତିରେ ମାଳବିହାରୀପୁର ହାଇସ୍କୁଲ ପିଲାଙ୍କୁ ଏକ ପିକଅପ୍‌ରେ ପରେଡ୍ ଗ୍ରାଉଣ୍ଡକୁ ନିଆଯିବାବେଳେ ଦୁର୍ଘଟଣା ଘଟିଥିବାରୁ ପ୍ରଧାନ ଶିକ୍ଷକ କାହ୍ନୁଚରଣ ସାହୁଙ୍କୁ ନିଲମ୍ବିତ କରାଯାଇଛି। ତା’ସହ କିଭଳି ଦୁର୍ଘଟଣା ଘଟିଲା ତା’ର ତଦନ୍ତ ଚାଲିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ସଚିବ। ଗତକାଲି ସକାଳେ ସାଧାରଣତନ୍ତ୍ର ଦିବସ ପାଇଁ ସ୍କୁଲରୁ ପରେଡ୍ ଗ୍ରାଉଣ୍ଡକୁ ଯିବାବେଳେ ବାଙ୍କୀ ଅଂଶୁପା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ପିକଅପ୍। ଏଥିରେ ଦଶମ ଛାତ୍ର ସୌମ୍ୟରଞ୍ଜନ ବେହେରାର ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ସମେତ ୨୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେପଟେ ଘଟଣାରେ ମୃତ ଛାତ୍ରଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତା’ସହ ମୃତ ଛାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଏବଂ ଶିକ୍ଷା ବିଭାଗ ତରଫରୁ ୨ ଲକ୍ଷ ଟଙ୍କାର ଅନୁକଂପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ଏଥିସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଅଧିକ ପଢ଼ନ୍ତୁ:  ରାଜଧାନୀରେ ସିରିଜ୍ ଦୁର୍ଘଟଣା; ମୋ ବସ୍‌କୁ ଧକ୍କା ଦେଲା ମୋ ବସ୍‌

CM Bus Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ