Advertisment

ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଯାଉଥିବା ବେଳେ ଓଲଟିଲା ବସ୍‌, ମଧ୍ୟ ରାତ୍ରରେ ଦୁର୍ଘଟଣା...

ବାରିପଦା-ବେତନଟୀ ରାସ୍ତାରେ ବସ୍‌ ଓଲଟି ପଡ଼ିବା ଯୋଗୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗତକାଲି ମଧ୍ୟ ରାତ୍ରରେ ‘ଇନ୍ଦ୍ରାଣୀ’ ନାମକ ଏକ ଘରୋଇ ବସ୍‌ ଓଲଟି ପଡ଼ିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mayurbhanj Bus Accident

Bus overturned on national highway 18

ଭାରସାମ୍ୟ ହରାଇ ଓଲଟିଲା ବସ୍‌। ବାରିପଦା-ବେତନଟୀ ରାସ୍ତାରେ ବସ୍‌ ଓଲଟି ପଡ଼ିବା ଯୋଗୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗତକାଲି ମଧ୍ୟ ରାତ୍ରରେ NH-୧୮ର କୃଷ୍ଣଚନ୍ଦ୍ରପୁର ନିକଟରେ ‘ଇନ୍ଦ୍ରାଣୀ’ ନାମକ ଏକ ଘରୋଇ ବସ୍‌ ଓଲଟି ପଡ଼ିଥିଲା। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଆହତଙ୍କୁ PRM ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment

ସୂଚନା ଅନୁସାରେ, ବସ୍‌ଟି ରାଇରଙ୍ଗପୁରରୁ ବାରିପଦା ଦେଇ ଭୁବନେଶ୍ୱର ଯାଉଥିବା ବେଳେ ରାତି ପ୍ରାୟ ୧ଟା ବେଳେ କୃଷ୍ଣଚନ୍ଦ୍ରପୁର ନିକଟରେ ଓଲଟି ପଡ଼ିଥିଲା। ଭାରସାମ୍ୟ ହରାଇ ବସ୍‌ ଓଲଟି ପଡ଼ିଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ସମୟରେ ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ଖବରପାଇ ପୋଲିସ୍‌, ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। 

Advertisment

ସମସ୍ତ ଆହତଙ୍କୁ PRM ମେଡିକାଲ୍‌ରେ ଭର୍ତ୍ତି କରାଯାଇ ଥିବାବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବେତନଟୀ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରି କାଗଜ ପତ୍ର ଯାଞ୍ଚ କରିଛି।

Bus Accident Accident
Advertisment
Advertisment