/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712814918.jpg)
School Bus Accident
ଓଲଟିଲା ଘରୋଇ ସ୍କୁଲ୍ ବସ୍ । ଚାଲିଗଲା ୬ ଛାତ୍ରଛାତ୍ରୀଙ୍କ ଜୀବନ। ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲା କନିନା ଦାଦ୍ରି ରୋଡରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ବସ୍ଟି ହରିୟାଣାର ଏକ ଘରୋଇ ବିଦ୍ୟାଳୟର ୪୦ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
Advertisment
ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ପରେ ଜଣାପଡ଼ୁଛି ଯେ ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡିଟିକୁ ଏକ ଗଛରେ ପିଟି ଦେଇଥିଲା। ଯାହାଫଳରେ ବସ୍ଟି ଓଲଟି ପଡ଼ିଥିଲା । ସେହିପରି ସରକାରୀ ଦଲିଲ ଦର୍ଶାଉଛି ଯେ ବସ୍ର ଫିଟନେସ୍ ସାର୍ଟିଫିକେଟ୍ ଛଅ ବର୍ଷ ପୂର୍ବେ ଅର୍ଥାତ ୨୦୧୮ରେ ଶେଷ ହୋଇଯାଇଥିଲା । ତେବେ ଫିଟନେସ୍ ନଥିବା ସତ୍ତ୍ୱେ ଏହି ବସ୍କୁ କିଏ ଅନୁମତି ଦେଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)