Advertisment

Burari Building Collapse: ୩ ଟମାଟୋରେ ୩୦ ଘଣ୍ଟା; ଭଙ୍ଗା କୋଠା ତଳୁ ଉଦ୍ଧାର ହେଲା ପରିବାର

ଅତି ପ୍ରତିକୂଳ ପରିସ୍ଥତିରେ ଧୈର୍ଯ୍ୟ ଓ ସାହାସ ସହ କିଛି ଚମତ୍କାର ବି ଘଟେ। ଦିଲ୍ଲୀର ବୁରାରି ଅଞ୍ଚଳରେ ଏକ ବହୁତଳ କୋଠା ଭୁଶୁଡ଼ିବା ପରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ଗୋଟିଏ ପରିବାରର ୪ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଆଉ ସେମାନଙ୍କ ଜୀବନ ବଞ୍ଚିବାର କାହଣୀ ଆପଣଙ୍କୁ ବି ଚକିତ କରିଦେବ।

Delhi Burari Building Collapse

Delhi Burari Building Collapse

Advertisment

ରଖେ ହରି ତ ମାରେ କିଏ ? ଏମିତି ଅନେକ ଘଟଣା ଅଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ବେଳେବେଳେ କୁଟା ଖିଏଟିଏ ବି ଜୀବନ ବଞ୍ଚାଇଦିଏ। ଅତି ପ୍ରତିକୂଳ ପରିସ୍ଥତିରେ ଧୈର୍ଯ୍ୟ ଓ ସାହାସ ସହ କିଛି ଚମତ୍କାର ବି ଘଟେ। ଦିଲ୍ଲୀର ବୁରାରି ଅଞ୍ଚଳରେ ଏକ ବହୁତଳ କୋଠା ଭୁଶୁଡ଼ିବା ପରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। କୋଠା ଭୁଶୁଡ଼ିବାର ୩୦ ଘଣ୍ଟା ପରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କୁ ଭଗ୍ନାବଶେଷରୁ ଜୀବିତ ଉଦ୍ଧାର କରାଯାଇଛି। ଆଉ ସେମାନଙ୍କ ଜୀବନ ବଞ୍ଚିବାର କାହଣୀ ଆପଣଙ୍କୁ ବି ଚକିତ କରିଦେବ।

Advertisment

ଗତ ୨୭ ତାରିଖରେ ଦିଲ୍ଲୀର ବୁରାରି ଅଞ୍ଚଳରେ ଏକ ବହୁତଳ କୋଠା ଭୁଶୁଡ଼ି ପଡିଥିଲା। ଚାହୁଁ ଚାହୁଁ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ ଏକାଧିକ ବ୍ୟକ୍ତି। ଏଥିରେ ୨ଜଣଙ୍କର ଜୀବନ ବି ଯାଇଥିଲା। ଦିନ ରାତି ଏକ୍ କରି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ତେବେ ୩୦ ଘଣ୍ଟା ପରେ ୪ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଆଉ ସେମାନଙ୍କ ଜୀବନ ବଞ୍ଚାଇ ଦେଇଛି ମାତ୍ର ୩ଟି ଟମାଟୋ। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। କୋଠାର ଭଗ୍ନାବଶେଷ ତଳେ ଥିବାରୁ ସେମାନଙ୍କୁ ନା ମିଳିଥିଲା ଖାଦ୍ୟ ନା ପାନୀୟ। ସେତେକିବେଳେ ଏହି ଟମାଟୋ ହିଁ ସେମାନଙ୍କ ଖାଦ୍ଯ ପାଲଟିଥିଲା। ଯାହା ଫଳରେ ପୂରା ପରିବାର ଆଜି ନୂଆ ଜୀବନ ପାଇଛନ୍ତି।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ରାଜେଶ, ତାଙ୍କ ସ୍ତ୍ରୀ ଗଙ୍ଗୋତ୍ରୀ , ଛଅ ବର୍ଷର ପୁଅ ପ୍ରିନ୍ସ ଏବଂ ତିନି ବର୍ଷର ପୁଅ ହ୍ରିତିକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଅଧିକାରୀମାନଙ୍କୁ କହିଥିଲେ ଯେ କୋଠାର ଛାତର ସ୍ଲାବ୍ ଏଲପିଜି ସିଲିଣ୍ଡର ଉପରେ ପଡ଼ିଯାଇଥିଲା। ସେଠାରେ ଯେଉଁ ଅଳ୍ପ ଫାଙ୍କ ଥିଲା ସେଠାରେ ଚାରିଜଣ ଫସି ଯାଇଥିଲେ ଏବଂ ଭଗ୍ନାବଶେଷ ତଳେ ଚାପି ହେବାରୁ ରକ୍ଷା ପାଇଯାଇଥିଲେ। ପୁରା ପରିବାର ବଞ୍ଚିଯାଇଥିବାରୁ ରାଜେଶ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ଚାଷୀଙ୍କ ନୂଆ କୌଶଳ...ଗୋଟିଏ ଗଛରେ ଫଳୁଛି ଟମାଟୋ ଓ ଆଳୁ !

ରାଜେଶ ସେଦିନର ସେ ଲୋମଟାଙ୍କୁରା କାହଣୀ କହିଛନ୍ତି। ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ସମୟରେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। କିନ୍ତୁ ତାଙ୍କ ସ୍ୱର ବାହାରକୁ ପହଞ୍ଚି ପାରିନଥିଲା। ଭୋକ ଏବଂ ଶୋଷ ଯୋଗୁଁ ସେମାନଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। କୌଣସି ପ୍ରକାରେ ପିଲାମାନଙ୍କୁ ସେଠାରେ ରଖାଯାଇଥିବା ତିନୋଟି ଟମାଟୋ, କିଛି ବାଦାମ ଏବଂ ଗୁଡ଼ ଖୁଆଇ ଦେଇଥିଲେ। ଭିତରେ ଅମ୍ଳଜାନର ଅଭାବ ଥିଲା। ସେମାନେ ଶ୍ୱାସରୁଦ୍ଧ ହୋଇ ଯାଉଥିଲେ। । ଅଳିଆ ସଫା ପାଇଁ JCB ଏବଂ କ୍ରେନ୍ ଚାଲିବାର ଏକ ଶବ୍ଦ ଶୁଭୁଥିଲା। ମାତ୍ର ଏହା ଏକ ଚମତ୍କାର ବୋଲି ସେ କହିଛନ୍ତି। ଭଗବାନଙ୍କ ଦୟାରୁ ସେମାନେ ବଞ୍ଚିଗଲେ। ଟମାଟୋ ସେମାନଙ୍କ ଜୀବନ ବଞ୍ଚାଇ ଦେଇଛି ବୋଲି ସେ କହିଛନ୍ତି।

Advertisment

ସୋମବାର ସନ୍ଧ୍ୟାରେ ହଠାତ ନିର୍ମାଣାଧୀନ କୋଠାଟି ଭୁଶୁଡ଼ି ପଡ଼ିଥିଲା। ଏଥିରେ ଚାପିହୋଇ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏପର୍ଯ୍ୟନ୍ତ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଜି ବି ଗୁରୁବାର ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯଦି ଅନ୍ୟ କେହି ଭଗ୍ନାବଶେଷ ତଳେ ଚାପି ହୋଇଥାଆନ୍ତି, ତେବେ ତାଙ୍କୁ ଉଦ୍ଧାର କରାଯାଇପାରିବ, ସେଥିପାଇଁ ଦିଲ୍ଲୀ ପୋଲିସ, ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀର ଦଳ ଦିନରାତି କାମ କରୁଛନ୍ତି। ପୋଲିସ କୋଠାର ମାଲିକ ଯୋଗେନ୍ଦ୍ର ଭାଟିଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା; ଟ୍ରକ୍ ତଳେ ପଶିଗଲେ ବାଇକ ଚାଳକ

Building Collapse Tomato
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ