Advertisment

Woman Falls to Death: ରିଲ୍ସ ହେଲା କାଳ, ଲାଇକ୍ ମିଳିବା ଆଗରୁ ଚାଲିଗଲା ଜୀବନ

ବେଙ୍ଗାଲୁରୁର ପରପ୍ପନା ଆଗ୍ରାହର ଅଞ୍ଚଳରେ ରିଲ୍ସ କରିବା ବେଳେ ଏକ ନିର୍ମାଣାଧୀନ ବିଲ୍ଡିଂର ୧୩ ମହଲାରୁ ଖସି ପଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି ।

ଅଦ୍ୟତନ ହୋଇଛି
reels

reels

Advertisment

ରିଲ୍ସ ବନାଇଥାନ୍ତେ, ସୋସିଆଲ ମିଡିଆରେ ଅପଲୋଡ କରିଥାନ୍ତେ । ଆଉ ତା ପରେ ଆସିଥାନ୍ତା ଲାଇକ୍ସ ଓ କମେଣ୍ଟ୍ସ । ହେଲେ ତା ପୂର୍ବରୁ ଘଟିଗଲା ବଡ ଅଘଟଣ । ରିଲ୍ସ କରିବା ହେଲା କାଳ । ରିଲ୍ସ କରିବା ବେଳେ ଏକ ନିର୍ମାଣାଧୀନ ବିଲ୍ଡିଂର ୧୩ତମ ମହଲାରୁ ଖସି ପଡିଲେ ଜଣେ ୨୦ ବର୍ଷୀୟ ଯୁବତୀ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଅଘଟଣ ଘଟିଛି ବେଙ୍ଗାଲୁରୁର ପରପ୍ପନା ଆଗ୍ରାହରରେ । 

Advertisment

ଅଧିକ ପଢ଼ନ୍ତୁ: ବାଇକ ଆରୋହୀଙ୍କ ଉପରେ ଚଢିଗଲା ଟ୍ରକ

ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯୁବତୀ ଜଣକ ତାଙ୍କ ପୁଅ ଓ ଝିଅ ସାଙ୍ଗମାନଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ପାର୍ଟି କରିବା ପାଇଁ ଉକ୍ତ ବିଲ୍ଡିଂକୁ ଯାଇଥିଲେ । ହେଲେ ସେଠାରେ ସମ୍ପର୍କକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଯାହା ପରେ ଯୁବତୀ ଜଣକ ଭାବବିହ୍ୱଳପୂର୍ଣ୍ଣ ରିଲ୍ସ ସୁଟିଂ କରିବା ପାଇଁ ସେହି ବିଲ୍ଡିଂର ଛାତ ଉପରକୁ ପଳାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ତଳକୁ ଖସି ପଡିଥିଲେ । ତେବେ ଏହି ଘଟଣା ପରେ ତାଙ୍କ ବନ୍ଧୁମାନେ ଘଟଣାସ୍ଥଳରୁ ପଳାଇଥିଲେ । ମୃତ ଯୁବତୀଙ୍କ ଘର ବିହାରରେ ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ଏକ ସପିଂ ମାର୍ଟରେ ଚାକିରି କରୁଥିଲେ । 

ଦକ୍ଷିଣ-ପୂର୍ବ ଡିସିପି ଫାତିମା ନିଶ୍ଚିତ କରି କହିଛନ୍ତି ଯେ, ସେମାନେ ନିର୍ମାଣାଧିନ ବିଲ୍ଡିଂରେ ପାର୍ଟି କରୁଥିଲେ । ପରେ ରିଲ୍ସ କରିବା ପାଇଁ ଛାତ ଉପରକୁ ଯାଇଥିଲେ ଓ ସେଠାରେ ଗୋଡ ଖସି ଯିବାରୁ ତଳେ ପଡି ଯାଇଥିଲେ । ହେଲେ, ରିଲେସନକୁ ସମସ୍ୟା ଥିବା ଆମେ ନିଶ୍ଚିତ ନୁହେଁ । ଘଟଣାର ତଦନ୍ତ ଚାଲିଛି । ଅସ୍ୱାଭାବିକ ମୃତ୍ୟୁ ଅଭିଯୋଗରେ ଏକ କେସ୍ ରୁଜୁ ହୋଇଛି । ପାରିପାର୍ଶ୍ବିକ ପରିସ୍ଥିତିକୁ ନଜରରେ ରଖି ଘଟଣାର ଛାନଭିନ ଆରମ୍ଭ କରିଛି ପରପ୍ପନା ଆଗ୍ରାହର ପୋଲିସ୍ ।

Advertisment

ଅଧିକ ପଢ଼ନ୍ତୁ: ମର୍ମନ୍ତୁଦ ଦୁର୍ଘଟଣା; ନଦୀକୁ ଖସିଲା ବସ୍‌

Accident Bengaluru
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ