Advertisment

Bauxite Tanker Accident : ଓଭର ବ୍ରିଜ୍ ଉପରୁ ୫୦ ଫୁଟ ତଳକୁ ଖସିଲା ବକ୍ସାଇଟ୍ ବୋଝେଇ ଟ୍ୟାଙ୍କର

ବକ୍ସାଇଟ୍ ବୋଝେଇ ଟ୍ୟାଙ୍କରଟି କୋରାପୁଟରୁ ଝାରସୁଗୁଡା ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଏକ ସ୍କୁଟର ଆସୁଥିବା ବେଳେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଅଦ୍ୟତନ ହୋଇଛି
୫୦ ଫୁଟ ତଳକୁ ଖସିଲା ଟ୍ୟାଙ୍କର ।

୫୦ ଫୁଟ ତଳକୁ ଖସିଲା ଟ୍ୟାଙ୍କର ।

Advertisment

ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିଲା ଟ୍ୟାଙ୍କର । ରାୟଗଡା ସହରର ଓଭର ବ୍ରିଜ ଉପରେ ଏଭଳି ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏକ ବଡ ବକ୍ସାଇଟ୍ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଭର ବ୍ରିଜ ଉପରୁ ତଳକୁ ଖସି ପଡ଼ିଛି ।

Advertisment

ବକ୍ସାଇଟ୍ ବୋଝେଇ ଟ୍ୟାଙ୍କରଟି କୋରାପୁଟରୁ ଝାରସୁଗୁଡା ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଏକ ସ୍କୁଟର ଆସୁଥିବା ବେଳେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଏହି ଦୁର୍ଘଟଣାରେ ବ୍ରିଜ୍ ତଳେ ମାଛ ବିକ୍ରି କରୁଥିବା ୨ ଜଣ ବ୍ୟବସାୟୀ ସାମାନ୍ୟ ଆହତ ହୋଇଛନ୍ତି । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି। ଘଟଣାସ୍ଥଳରେ ରାୟଗଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment

ଅଧିକ ପଢ଼ନ୍ତୁ: ରାୟଗଡାରେ ହତ୍ୟାକାଣ୍ଡ, ପୁଅ ସହ ମିଶି ପଡ଼ୋଶୀକୁ ଟାଙ୍ଗିଆରେ ହାଣି କଲେ ହତ୍ୟା

Truck Accidents Rayagada Accident Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ