• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାନ୍ଥରୁ ବାହାଘରର ଲେଖା ଲିଭିନି, ଏପଟେ ଶୋଇବା ଘରେ ବସିଛି ତିନିକାଠିଆ ଦୀପ । ସଂସାର ଗଢିବା ଆଗରୁ ସ୍ୱପ୍ନ ଉଜାଡି ଦେଲା କରମଣ୍ଡଳ । ଆଖି ସାମ୍ନାରେ ଭେଣ୍ଡିଆ ପୁଅ ଆଖି ବୁଜିଦେବାରୁ ରାହା ଧରି କାନ୍ଦୁଛି ମାଆ..ମୂର୍ଛା ଯାଉଛି ସ୍ତ୍ରୀ । ସମସ୍ତଙ୍କର ଗୋଟିଏ କଥା...କରମଣ୍ଡଳ ଆମ ପାଇଁ କାଳ ହେଲା, ସୁଃଖର ସଂସାରକୁ ଜାଳିପୋଡି ଛାରଖାର କରିଦେଲା ।

ବାହାନଗା ଟ୍ରେନ୍‌ ଦୁର୍ଘଟଣା...ସେ କଳାରାତିର କଳାକାହାଣୀକୁ ଯେତେ କହିଲେ ବି ସରୁନି । ନିଇତି ସାମ୍ନାକୁ ଆସୁଛି ଛାତିଥରା ଦୃଶ୍ୟ । ଭଦ୍ରକ ସାବରଙ୍ଗର ହେଉଛି ରାଜେଶ ବଳଙ୍କ ଘର । ସବୁଦିନ ବାଲେଶ୍ୱରରୁ ମିଟିଂ ସାରି ଜନଶତାବ୍ଦୀରେ ଭଦ୍ରକ ଆସନ୍ତି । ହେଲେ ଜୁନ୍‌-୨ରେ ଘରକୁ ଆସିବାକୁ ଚଢିଥିଲେ କରମଣ୍ଡଳରେ । ଏମିତିକି ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଘର ଲୋକଙ୍କୁ ଫୋନ୍‌ କରିଥିଲେ । ହେଲେ କରମଣ୍ଡଳରେ ନଆସିବାକୁ ଘର ଲୋକ କହିଥିଲେ ସତ କିନ୍ତୁ ରାଜେଶ ମାନିନଥିଲେ । ସେ ବା କାହିଁକି ଜାଣିବେ ମାତ୍ର କେହି ମୁହୂର୍ତ୍ତରେ ଏଇ ଟ୍ରେନ୍‌ ଲାଗି ତାଙ୍କର ଜୀବନ ଚାଲିଯିବ ବୋଲି ।

ଅଧିକ ପଢ଼ନ୍ତୁ: ବାହାନଗା ଟ୍ରେନ୍ ଟ୍ରାଜେଡି: ଅନ୍ତର୍ଘାତୀ କାର୍ଯ୍ୟକୁ ନେଇ ବଢ଼ୁଛି ସନ୍ଦେହ,ରେଳ ଅଧିକାରୀଙ୍କ ଫୋନ୍ ସିଜ୍ କଲା ସିବିଆଇ

ଟ୍ରେନ୍‌ ଦୁର୍ଘଟଣାର ଖବର ପାଇବା ମାତ୍ରେ ବାହାନଗାରେ ପହଞ୍ଚିଥଲେ ବଡ ଭାଇ । ବହୁ ଖୋଜାଖୋଜି ପରେ ଯେତେବେଳେ ସାନ ଭାଇର ଖିନଭିନ୍‌ ମୃତ ଶରୀର ଦେଖିଥିଲେ ସେତେବେଳେ ସତେ ଯେମିତି ତାଙ୍କ ପାଦ ତଳୁ ଖସିଯାଇଥିଲା ମାଟି । ଘରେ ଅପେକ୍ଷା କରିଥିବା ସ୍ତ୍ରୀ, ବାପା-ମାଆଙ୍କୁ ସେ କଣ କହିବେ ସେନେଇ କିଛି ବୁଝିପାରିନଥିଲେ । ହେଲେ ବେଶୀ ସମୟ ସତକୁ ଲୁଚାଇ ପାରିନଥିଲେ । ସ୍କୁଲ ଘରୁ ଭାଇର ଶବ ପାଇଁ ଯେତେବେଳେ ଘରକୁ ନେଲେ ସେ ଦୃଶ୍ୟ ବଣ୍ଣନା କରିବା ସହଜ ନୂହେଁ...କାନ୍ଦବୋବାଳିରେ ଫାଟି ପଡୁଛି ପୂରା ଏରିଆ...ମାଆ କାନ୍ଦୁଛି, ବାପା କାନ୍ଦୁଛି, ସ୍ତ୍ରୀ ମୂର୍ଛା ପଡୁଛି ।

ବାପଘରେ ସ୍ତ୍ରୀ ଥିବାରୁ ତାଙ୍କୁ ଫୋନ୍‌ କରି କହିଥିଲେ ଭଦ୍ରକ ଷ୍ଟେସନ୍‌ ଆସିବାକୁ । ହେଲେ ୧୦-୧୫ କିମି ପୂର୍ବରୁ ଯେଉଁ ଭୟଙ୍କର ଦୁର୍ଘଟଣା ଘଟିଲା ତାହା ସବୁ କିଛି ସାରିଦେଲା । ଘରର ସାନ ପୁଅ ଥିବାରୁ ଭାରି ଗେହ୍ଲାରେ ବଢିଥିଲେ ହେଲେ କରମଣ୍ଡଳ ମାଆ କୋଳରୁ ଛଡାଇ ନେଇଛି ପୁଅ, ସ୍ତ୍ରୀ ପାଖରୁ ଚଢାଇ ନେଇଛି ସ୍ୱାମୀ । ଜାଣିଆଶ୍ଚର୍ଯ୍ୟ ହେବେ କି, ବାପା ସୁନ୍ଦରଗଡ଼ରେ ଥିବାରୁ ତାଙ୍କୁ ଘରକୁ ଆସିବାକୁ କୁହାଯାଇଥିଲା । ହେଲେ ଘରେ ପହଞ୍ଚିବା ପରେ ଦେଖିଲା ବେଳକୁ ମୃତ୍ୟୁ ଶଯ୍ୟାରେ ଶୋଇଛି ପୁଅ ।

ଅଧିକ ପଢ଼ନ୍ତୁ: ମିଛ କହୁଛନ୍ତି କି ରାଜ୍ୟ ସରକାର ! ଯଦି ମୃତ୍ୟୁ ସଂଖ୍ୟା ୨୮୮, ତେବେ ଆଉ ୧୨୦ ଗଲେ କୁଆଡ଼େ ?

ମୃତ୍ୟୁ କେତେବେଳେ କାହାକୁ ଆସିବା କେହି ତ କହିପାରିବେ ନାହିଁ । ହେଲେ କରମଣ୍ଡଳ ସେହି କାଳରାତିରେ ଯେତେ ଜଣଙ୍କ ପ୍ରାଣ ନେଇଛି ଆଜିବି ସେମାନଙ୍କ ପରିବାର କାନ୍ଦିକାନ୍ଦି ଦିନ କାଟୁଛି...ସତରେ ଏ ହୃଦୟଥରା ଘଟଣା ଆଗକୁ କେବେ ନଘଟୁ ।  

  • Reported by:
  • Partha Sarathi nayak