Advertisment

Plane Crash: ଉଡ଼ାଣର କିଛି ସମୟ ପରେ କ୍ରାସ୍‌ ହୋଇଗଲା ବିମାନ, ଗୋଟିଏ ପରିବାରର ୧୦ ମୃତ

ଏକ ଛୋଟ ବିମାନ ଏକ ବିଲ୍ଡିଂରେ ଖସିପଡିଛି। ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ଘଟିଛି। ଏହି ବିମାନଟି ଜଣେ ବ୍ୟବସାୟୀଙ୍କର ବୋଲି ଜଣାପଡିଛି। ବ୍ରାଜିଲର ନାଗରିକ ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ଦକ୍ଷିଣ ବ୍ରାଜିଲର ପର୍ଯ୍ୟଟନ ସହର ଗ୍ରାମାଡ଼ୋରେ ଏହି ଦୁର୍ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Plane Crash

Plane Crash

Advertisment

ବଡ଼ଦିନ ପୂର୍ବରୁ ବ୍ରାଜିଲରେ ବଡ଼ ଅଘଟଣ। ଏକ କୋଠାକୁ ଧକ୍କା ଦେଇ ରେସ୍ତୁରାଁ ଉପରେ ଖସିପଡ଼ିଲା ବିମାନ । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୭ରୁ ଅଧିକ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର କାରଣ କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଘଟଣା ପରର ଛାତିଥରା ଭିଡିଓ ।

Advertisment

ଏକ ଛୋଟ ବିମାନ ଏକ ବିଲ୍ଡିଂରେ ଖସିପଡିଛି। ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ଘଟିଛି। ଏହି ବିମାନଟି ଜଣେ ବ୍ୟବସାୟୀଙ୍କର ବୋଲି ଜଣାପଡିଛି। ବ୍ରାଜିଲର ନାଗରିକ ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ଦକ୍ଷିଣ ବ୍ରାଜିଲର ପର୍ଯ୍ୟଟନ ସହର ଗ୍ରାମାଡ଼ୋରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ଗୋଟିଏ ଘରର ଚିମିନିକୁ ଧକ୍କା ଦେଇ ଆଉ ଏକ କୋଠାର ଦ୍ୱିତୀୟ ମହଲାକୁ ଧକ୍କା ଦେଇଥିଲା। ଶେଷରେ ସହରର ଏକ ବଡ ଆବାସିକ ଅଞ୍ଚଳରେ ଥିବା ମୋବାଇଲ୍ ଫୋନ୍ ଦୋକାନକୁ ଧକ୍କା ହୋଇଥିଲା। ତଳେ ଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

Advertisment

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଏହି ବିମାନଟି ବ୍ରାଜିଲର ବ୍ୟବସାୟୀ ଲୁଇଜ କ୍ଲାଉଡିଓ ଗାଲାଜିଙ୍କର। ସେ ନିଜ ପରିବାର ଲୋକଙ୍କୁ ନେଇ ସାଓ ପାଉଲୋ ରାଜ୍ୟକୁ ଯାଉଥିଲେ। ଗାଲେଜିଙ୍କ କମ୍ପାନୀ ଗାଲାଜି ଏବଂ ଆସୋସିଏଡୋସ୍ ନିଶ୍ଚିତ କରିଛି ଯେ ବିମାନରେ ଗାଲେଜି, ତାଙ୍କ ପତ୍ନୀ, ତିନି ଝିଅ, ପରିବାରର ଅନ୍ୟ ସଦସ୍ୟ ଏବଂ ଅନ୍ୟ ଜଣେ କର୍ମଚାରୀଙ୍କ ଥିଲେ। ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇଛନ୍ତି।

Brazil Accident Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ