Advertisment

ଫ୍ଲାଏଓଭର ଭାବି କାର୍‌ ଚଲାଉଥିଲେ, ୩୦ ଫୁଟ ତଳକୁ ଖସି ଚାଲିଗଲା ଜୀବନ

ବ୍ୟକ୍ତି ଜଣକ ଭୁଲବଶତଃ ଏକ ନିର୍ମାଣାଧିନ ଫ୍ଲାଏ ଓଭରକୁ ଚାଲିଆସିଥିବା ପୋଲିସ ଅନୁମାନ କରୁଛି।

author-image
Chandan Shishu
ଅଦ୍ୟତନ ହୋଇଛି
Delhi Car Accident

A man died after his car allegedly fell off an under-construction flyover in Delhi

କାଳ ସାଜିଲା ଅଧାଗଢା ଫ୍ଲାଏଓଭରରେ ଗାଡ଼ି ଚଳାଇବା। ଆଗକୁ ଯେ ରାସ୍ତା ନାହିଁ, ଏହା ଡ୍ରାଇଭରଙ୍କୁ ଅଜଣା ଥିଲା। ନିର୍ମାଣାଧିନ ଫ୍ଲାଏଓଭରରୁ ଖସିପଡ଼ି ଜଣେ ୪୨ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ। ଏଭଳି ଦୁଃଖଦ ଘଟଣା ଘଟିଛି ପୂର୍ବ ଦିଲ୍ଲୀର ବାରପୁଲ୍ଲା- ନୋଏଡା ଲିଙ୍କ୍‌ ରୋଡ୍‌ ଅଞ୍ଚଳରେ। ମୃତକଙ୍କ ନାଁ ଜଗଦୀପ ସିଂହ ଜଣାପଡ଼ିଛି।

Advertisment

ଗତ ମେ ୨୬ ତାରିଖ ରାତି ୮.୩୦ ସମୟରେ ଘରୁ ଦିଲ୍ଲୀ କ୍ରିଷ୍ଣା ନଗରକୁ ଫେରୁଥିଲେ। ଭୁଲବଶତଃ ନିର୍ମାଣାଧିନ ଫ୍ଲାଏ ଓଭରକୁ ଚାଲିଆସିଥିଲେ। ଆଗକୁ ରାସ୍ତା ନଥିବା ସେ ଜାଣିପାରିନଥିଲେ। ଫଳରେ ୩୦ ଫୁଟ ଉଚ୍ଚରୁ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ହୃଦୟବିଦାରକ !! ଟ୍ରକ୍ ଧକ୍କାରେ ମାଆ, ଛୋଟ ଝିଅ ମୃତ

ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଦିଲ୍ଲୀ ପୋଲିସ ପହଞ୍ଚିଥିଲେ। ସେମାନେ ଡ୍ରାଇଭର ସିଟ୍‌ରେ ବସିଥିବା ଜଗଦୀପଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ମୃତ ବ୍ୟକ୍ତି ଜଣକ ଭୁଲବଶତଃ ନିର୍ମାଣାଧିନ ଫ୍ଲାଏ ଓଭରକୁ ଚାଲିଆସିଥିବା ପୋଲିସ ଅନୁମାନ କରୁଛି। ଯାହାଦ୍ୱାରା ଆଗକୁ ରାସ୍ତା ନଥିବା ଜାଣିପାରିନଥିଲେ। ୩୦ ଫୁଟ ଉଚ୍ଚରୁ ଖସିପଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କର ପତ୍ନୀ ଓ ୨ଟି ପିଲା ଅଛନ୍ତି। ସୂଚନାଯୋଗ୍ୟଯେ, ଏହି ଦୁର୍ଘଟଣା ପରେ ତୁରନ୍ତ ସେଠାରେ କଂକ୍ରିଟ୍ କାନ୍ଥ ନିର୍ମାଣ କରାଯାଇଛି।

Road Accident Flyover
Advertisment
Advertisment